Latest Odisha News

BREAKING NEWS

ମହଙ୍ଗା ପଡିଲା ମହିଳାଙ୍କ ସହ ସଂପର୍କ, ଚାକିରିରୁ ବିଦା ହେଲେ ଏମ୍ସ ସୁରକ୍ଷାକର୍ମୀ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ସିକ୍ୟୁରିଟି ଗାର୍ଡଙ୍କ ଦ୍ୱାରା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ସ୍ୱାମୀ ବ୍ଲଡ଼ କ୍ୟାନ୍‌ସରରେ ଚିକିତ୍ସିତ ହେଉଥିବା ବେଳେ ଶାରିରୀକ ସମ୍ପର୍କ ରଖିବାକୁ ସିକୁରିଟି ଗାର୍ଡ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଏପରି ଏକ ସାଂଘାତିକ ଅଭିଯୋଗ ପରେ ସଂପୃକ୍ତ ସୁରକ୍ଷା କର୍ମୀ ମନୋଜ ସାହୁଙ୍କୁ ଏମ୍‌ସରୁ ହଟାଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏମ୍‌ସ ପାଇଁ ସେ ଅନାବଶ୍ୟକ ବୋଲି ସଂପୃକ୍ତ ସିକ୍ୟୁରିଟି ସଂସ୍ଥାକୁ ଚିଠି ଲେଖିଛନ୍ତି କତ୍ତୃପକ୍ଷ । ଏମ୍ସ ଭୁବନେଶ୍ବର ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର ସୁଭାଶିଷ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଜଣେ ବ୍ଲଡ୍ କ୍ୟାନ୍ସର ପୀଡିତ ରୋଗୀଙ୍କ ପତ୍ନୀଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ ଉକ୍ତ ସିକ୍ୟୁରିଟି ଗାର୍ଡ ଜଣଙ୍କ । ଏନେଇ ପୀଡ଼ିତା ଜଣଙ୍କ ମହିଳା କମିସନରଙ୍କ ଆଗରେ ଫେରାଦ ହୋଇଛନ୍ତି । ପୀଡିତା କହିଛନ୍ତି, ତାଙ୍କ ସ୍ୱାମୀ ବ୍ଳଡ୍ କ୍ୟାନସରରେ ପୀଡିତ ଥିଲେ। ଗତ ୩ ବର୍ଷ ହେବ ସେ ଏମ୍ସରେ ଚିକିତ୍ସା ହେଉଥିଲେ । ଏହାରି ଭିତରେ ସେ ସୁରକ୍ଷାକର୍ମୀ ମନୋଜ କୁମାର ସାହୁଙ୍କ ସଂସ୍ପର୍ଶରେ ଆସିଥିଲେ। ମନୋଜ ମଧ୍ୟ ମହିଳାଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ କରୁଥିଲା। ପରବର୍ତ୍ତୀ ସମୟରେ ସୁରକ୍ଷାକର୍ମୀ ମନୋଜ କୁମାର ମହିଳାଙ୍କୁ ବାଧ୍ୟ କରି ତାଙ୍କ ସହ ବଳପୂର୍ବକ ଶାରୀରିକ ସଂପର୍କ ରଖିଥିଲା। ଏପରିକି ଭବିଷ୍ୟତରେ ସବୁ ପ୍ରକାର ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଥିଲା। ସ୍ଵାମୀଙ୍କ ମୃତ୍ୟୁ ପରେ ମନୋଜଙ୍କୁ ବିବାହ କରିଥିଲେ ଉକ୍ତ ମହିଳା ଜଣଙ୍କ । କିନ୍ତୁ ଏବେ ମନୋଜ ତାଙ୍କୁ ଧୋକା ଦେବା ସହ ତାଙ୍କ ଫୋନ୍ ଉଠାଉନଥିବା ମହିଳା କମିଶନରଙ୍କ ଆଗରେ କହିଛନ୍ତି ମହିଳାଜଣଙ୍କ ।

Comments are closed.