Latest Odisha News

ବୋହୂ, କୁନି ନାତୁଣୀକୁ ଧରି ସ୍କୁଟିରେ ଡାକ୍ତରଖାନା ଯାଉଥିଲେ ଜେଜେବାପା; ଚାପିଦେଲା ଟ୍ରକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଚଷାପଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ସ୍କୁଟିରେ ଯାଉଥିଲେ  ବୋହୂ ଓ ୪ ବର୍ଷର ନାତୁଣୀଙ୍କୁ ବସାଇ ଯାଉଥିଲେ ଜେଜେବାପା । ଚାପିଦେଲା ଟ୍ରକ । ଦୁର୍ଘଟଣାରେ ଜେଜେ ବାପା ଗୁରୁତର ଆହତ ହୋଇଛନ୍ତି । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଇଛି ।

ସୂଚନା ମୁତାବକ,  ଆଜି ସକାଳ ପ୍ରାୟ ୮ଟା ସମୟରେ ତିର୍ତ୍ତୋଲ ଥାନା ବଡ଼ଶାରୋଳ,ମିରମହଲା ଗାଁର ଶେଖ ମୁକ୍ତାର  ବୋହୁ କଲିମା ବିବି ଓ ୪ବର୍ଷର ଶିଶୁକନ୍ୟାକୁ ନେଇ ସ୍କୁଟି ଯୋଗେ ଜଗତସିଂହପୁର ମେଡ଼ିକାଲକୁ ଆସୁଥିଲେ । ବାଟରେ ଚଷାପଡା ଛକ ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା ।

ଘଟଣା ସ୍ଥଳରେ ମାଆ ଝିଅଙ୍କର ମୃତ୍ୟୁ ଘଟିଥିଲା ।  ଶଶୁର ଶେଖ ମୁକ୍ତାର ଆହତ ହୋଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।ଘଟଣା ସ୍ଥଳରେ ବାଲିକୁଦା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଟ୍ରକ୍ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଚାଲିଗଲା ଦୁଇଟି ନିରୀହ ଜୀବନ। ଗାଁ ଗହଳିର ଅଣଓସାରିଆ ରାସ୍ତାରେ ଡ୍ରାଇଭର ମାନେ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟୁଛି। ଏଥି ପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାର ଯଥେଷ୍ଟ ଆବଶ୍ୟକତା ରହିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ରଖିଛନ୍ତି।

 

Leave A Reply

Your email address will not be published.