Latest Odisha News

BREAKING NEWS

ସୁରଟରେ ସ୍ବାମୀକୁ ହତ୍ୟା କରି ଚମ୍ପଟ ମାରିଥିବା ସ୍ତ୍ରୀ କନ୍ଧମାଳରୁ ଗିରଫ

କନ୍ଧମାଳ: ସୁରଟରେ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୁରଟ ପୁଲିସର ଏକ ଟିମ୍ କନ୍ଧମାଳ ଜିଲ୍ଲାର ଏକ ଗାଁରୁ ଜଣେ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ସବିତା ନାୟକ ଓ ମୃତ ସ୍ୱାମୀଙ୍କ ନାଁ ନରେଶ ନାୟକ ବୋଲି ପୁଲିସ କହିଛି।

ସୂଚନା ମୁତାବକ, ନରେଶ ତାଙ୍କ ପତ୍ନୀ ସବିତା ଓ ଦୁଇ ଝିଅଙ୍କ ସହ ଗତ ୨୫ ବର୍ଷ ହେବ ସୁରଟରେ ରହୁଥିଲେ। ସେଠାରେ ସେ ଶ୍ରମିକ ଭାବେ କାମ କରୁଥିଲେ। ଦିନେ ପାରିବାରିକ କଳହକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ସବିତା ଯୋଜନା କରି ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି।

ସ୍ୱାମୀଙ୍କୁ ହତ୍ୟା କରିବା ପରେ ସବିତା ସୁରଟରୁ ଫେରାର ହୋଇଆସି ଜି. ଉଦୟଗିରି ଥାନା ଅନ୍ତର୍ଗତ ନିଜ ଗାଁ ଡାକେଡିରେ ଲୁଚି ରହିଥିଲେ। କୌଣସି ସୂତ୍ରରୁ ଖବର ପାଇ ସୁରଟରୁ ତଦନ୍ତକାରୀ ଟିମ୍ ଜି. ଉଦୟଗିରିରେ ପହଞ୍ଚି ଜି. ଉଦୟଗିରି ପୁଲିସ ସହାୟତାରେ ସବିତାକୁ ଗିରଫ କରିଛି।

ସବିତା ତାଙ୍କ ସ୍ୱାମୀଙ୍କୁ କିପରି ହତ୍ୟା କଲା ଏବଂ ଏହି ହତ୍ୟାକାଣ୍ଡ ଘଟାଇବା ପାଇଁ ସେ କାହାର ସାହାଯ୍ଯ ନେଇଛି କି ନାହିଁ ସେ ନେଇ ପୁଲିସ ତଦନ୍ତ ଚଳାଇଛି। ଅନ୍ୟପଟେ ସବିତାଙ୍କ ଦୁଇ ଝିଅ ଏବେ କେଉଁଠି ତାହା ଏବେ ଅସ୍ପଷ୍ଟ ରହିଛି। ଯେତେବେଳେ ସବିତା ହତ୍ୟା ପରେ ଫେରାର ହୋଇଆସିଛନ୍ତି ବୋଲି କୁହାଯାଉଛି ସେତେବେଳେ ଦୁଇ ଝିଅ ତାଙ୍କ ସହିତ ପଳାଇ ଆସିଥିଲେ ନା ସେହି ସୁରଟରେ ରହୁଥିଲେ ତାହା ଅସ୍ପଷ୍ଟ ରହିଛି। ସେହିପରି ନରେଶ ନାୟକଙ୍କ ପରିବାର ଲୋକଙ୍କ ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.