Latest Odisha News

BREAKING NEWS

ଆଜିଠାରୁ ସବରିମାଲା ତୀର୍ଥଯାତ୍ରୀଙ୍କ ପାଇଁ ଆର୍‌ଟି-ପିସିଆର୍‌ ପରୀକ୍ଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସବରିମାଲା ମନ୍ଦିରରେ ଭଗବାନ ଆୟାପ୍ପାଙ୍କ ପରିଦର୍ଶନ କରିବାକୁ ଯାଉଥିବା ଭକ୍ତମାନଙ୍କୁ ଏଣିକି ଆରଟି- ପିସିଆର୍‌ ପରୀକ୍ଷା ଦେବା ବାଧ୍ୟତାମୂଳକ। ପରୀକ୍ଷା ପରେ ଶ୍ରଦ୍ଧାଳୁଙ୍କ କୋଭିଡ-୧୯ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ହିଁ ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଏ‌ ନେଇ କେରଳ ହାଇକୋର୍ଟ ଏବଂ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିର ପରିଚାଳନା କରୁଥିବା ଟ୍ରାଭାନକୋର ଦେବସ୍ୱମ ବୋର୍ଡ (ଟିଡିବି) ଏହା ମଧ୍ୟ କହିଛି ଯେ ମନ୍ଦିର ପରିଦର୍ଶନ କରିବାର ୪୮ ଘଣ୍ଟା ପୂର୍ବରୁ ନିଆଯାଇଥିବା ଆରଟି-ପିସିଆର୍‌ ପରୀକ୍ଷା ପ୍ରମାଣପତ୍ର ଡିସେମ୍ବର ୨୬ ରୁ ତୀର୍ଥଯାତ୍ରୀଙ୍କ ପାଇଁ ଆବଶ୍ୟକ।

ଯଦି ଶ୍ରଦ୍ଧାଳୁଙ୍କ ରିପୋର୍ଟ ନେଗେଟିଭ୍‌ ନଆସେ ତେବେ ସେମାନଙ୍କୁ ତୀର୍ଥଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଟିଡିବି ସଭାପତି ଏନ ଭାସୁ ଏକ ବିବୃତ୍ତିରେ କହିଛନ୍ତି। ହାଇକୋର୍ଟଙ୍କ ନିକଟରେ ହୋଇଥିବା ନିର୍ଦ୍ଦେଶନାମାରେ ଦୈନିକ ଅନୁମତି ପ୍ରାପ୍ତ ତୀର୍ଥଯାତ୍ରୀଙ୍କ ସଂଖ୍ୟାକୁ ୫୦୦୦ କୁ ବୃଦ୍ଧି କରାଯାଇଛି। ତୀର୍ଥଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସବରିମାଲାରେ ଆଣ୍ଟିଜେନ୍ ପରୀକ୍ଷାକୁ ଜୋରଦାର କରିଛି।

Leave A Reply

Your email address will not be published.