Latest Odisha News

କେନ୍ଦୁଝରରେ ମା’ ଓ ଝିଅଙ୍କୁ ହତ୍ୟା ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଏକ ଗ୍ରାମରେ ଜଣେ ମହିଳା ଏବଂ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ସୂଚନାନୁସାରେ, ଗତ ଶନିବାର ରାତିରେ ଚମ୍ପୁଆ ଥାନା ଅଧୀନରେ ଥିବା ଧଲଡିହି ଗ୍ରାମରେ ସରସ୍ୱତୀ ମୁଣ୍ଡା (୩୫) ଏବଂ ତାଙ୍କ ଝିଅ ଲକ୍ଷ୍ମୀ ମୁଣ୍ଡା ଘରେ ଥିବା ବେଳେ କେହି ଦୁବୃର୍ତ୍ତ ତାଙ୍କୁ ହତ୍ୟା କରିଛି।

ଏସମ୍ପର୍କରେ ସୂଚନା ପାଇ ପୋଲିସ ଓ ଏକ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେବେ ହତ୍ୟାକାଣ୍ଡର କାରଣ ଏଯାଏଁ ଜଣାପଡିନାହିଁ।

Comments are closed.