ଆନନ୍ଦପୁର : ଯୁଗ ବଦଳିଛି ସତ ହେଲେ ଏବେ ବି ବଞ୍ଚିରହିଛି ଅନ୍ଧବିଶ୍ୱାସ । ବିଜ୍ଞାନ ବହୁତ ଆଗକୁ ଯାଇଛି ହେଲେ ଏବେ ବି ଲୋକେ ଝଡାଫୁଙ୍କା ଉପରେ ଭରସା କରୁଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ଆନନ୍ଦପୁର ଉପଖଣ୍ଡ ଝଣଝଣା ଗାଁର ସୂର୍ଯ୍ୟମଣି ବେହେରାଙ୍କ ପତ୍ନୀ ଝୁନୁରାଣୀଙ୍କୁ ସାପ କାମୁଡି ଦେଇଥିଲା । ପରିବାର ଲୋକ ବିଭିନ୍ନ ଉପାୟରେ ବିଷ କାଢିବାକୁ ଚେଷ୍ଟା କରିଥିଲେ ମାତ୍ର ବିଫଳ ହୋଇଥିଲେ ।
ଶେଷରେ ବାଧ୍ୟ ହୋଇ ଗାଁ ଜଣେ ମହିଳା ଗୁଣିଆଙ୍କ ପାଖକୁ ଯାଇଥିଲେ । ମହିଳା ଗୁଡିଆ ଜଣକ ସାପ ବିଷ କାଢିବାକୁ ଯାଇ ନିଜେ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ମହିଳା ଗୁଣିଆଙ୍କ ଝଡାଫୁଙ୍କାରେ ଝୁନୁରାଣୀ ଭଲ ନହୋଇ ମୃତ୍ୟୁବରଣ କରିଛନ୍ତି ।
Comments are closed.