Latest Odisha News

BREAKING NEWS

ଭୁବନେଶ୍ବରରୁ ଜୟପୁରକୁ ଉଡିଲା ଦ୍ବିତୀୟ ବିମାନ

ଭୁବନେଶ୍ବର : ଆଜିଠାରୁ ଭୁବନେଶ୍ୱରରୁ କୋରାପୁଟ ଜିଲ୍ଳା ଜୟପୁରରୁ ଉଡିଲା ଦ୍ୱିତୀୟ ବିମାନ। ଭୁବନେଶ୍ବରରୁ ଛାଡିଥିବା ଇଣ୍ଡିଆଓ୍ବାନ୍ ଏୟାର ବିମାନଟି ଜୟପୁରରେ ପହଞ୍ଚିଛି । ଆଜି ସକାଳୁ ୭ଟା ୧୦ରେ ଭୁବନେଶ୍ବରରୁ ଛାଡି ୮ଟା ୪୫ରେ ବିମାନଟି ଜୟପୁରରେ ପହଞ୍ଚିଛି । ସେହିପରି ୯ଟାରେ ଜୟପୁରରୁ ଛାଡି ୧୦ଟା ୩୫ରେ ଭୁବେନଶ୍ବରରେ ପହଞ୍ଚିବାର ସୂଚନା ରହିଛି । ଏହି ବିମାନଟି ସପ୍ତାହକୁ ଦୁଇ ଦିନ ଅର୍ଥାତ୍ ସୋମବାର ଓ ଶୁକ୍ରବାର ଇଣ୍ଡିଆ ୱାନ୍ ପକ୍ଷରୁ ଚଳାଚଳ କରିବ।

ଏଥିଲାଗି ରାଜ୍ୟସରକାର ଆର୍ଥିକ ସହାୟତା ଯୋଗାଉଛନ୍ତି ।  ଗତବର୍ଷ ଅକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା। ଏବେ ଦ୍ବିତୀୟ ବିମାନ ସେବା କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର  ବିକାଶ ହୋଇପାରିବ  ।  ଦ୍ବିତୀୟ ବିମାନ ଚଳାଚଳକୁ ନେଇ ଯାତ୍ରୀ ମାନେ ବେଶ୍ ଖୁସି ବ୍ୟକ୍ତି କରିଛନ୍ତି ।

Leave A Reply

Your email address will not be published.