Latest Odisha News

BREAKING NEWS

ରାମଲୀଳା ଦେଖୁଥିଲେ: ନଡ଼ିଆ ଗଛ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର

ଜଗତସିଂହପୁର: ଏମିତି ବି ଆସେ ମୃତ୍ୟୁ!ରାମଳୀଲା ଦେଖୁଥିବା ବେଳେ ଦର୍ଶକଙ୍କ ଉପରେ ଭାଙ୍ଗିପଡିଲା ନଡ଼ିଆ ଗଛ। ରାମଲୀଳା ଚାଲୁଥିବା ବେଳେ ଘଟିଲା ଏହି ଅଘଟଣ। ନଡ଼ିଆ ଗଛ ଭାଙ୍ଗି ପଡିବାରୁ ଚାଲିଗଲା ମହିଳାଙ୍କ ଜୀବନ। ମୃତ ମହିଳା ଜଣଙ୍କ ସମାଗୋଳ ଅଞ୍ଚଳର। ଏଥିରେ ଆଉ ୪ ଜଣ ମଧ୍ୟ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବଳରାମପୁର ଗାଁରେ।

ସୂଚନା ମୁତାବତ, ଶୁକ୍ରବାର ରାତିରେ ବଳରାମପୁର ଗାଁରେ ରାମଲୀଳା ଚାଲିଥିଲା। ଏହି ସମୟରେ ରାମଲୀଳାରେ ହନୁମାନ ଚରିତ୍ରକୁ ନେଇ ନଡ଼ିଆ ଗଛରେ ରଶି ବାନ୍ଧି ଟ୍ରାକ୍ଟରରେ ଭିଡୁଥିବା ବେଳେ ହଠାତ୍ ଗଛଟି ଭାଙ୍ଗି ପଡିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳା ଦର୍ଶକଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଚାରି ଜଣ ଗୁରୁତର ହୋଇଥିଲେ।

ଏହା ଦେଖି ସ୍ଥାନୀୟଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସର କାଚକୁ ବାଡେଇ ଭାଙ୍ଗିଦେଇଥିଲେ। ପରେ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଘଟଣାର।

 

Comments are closed.