ନୟାଗଡ: ଗାଁକୁ ନଥିଲା ରସ୍ତା, ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ ଚାଲିଗଲା ପ୍ରସୂତିଙ୍କ ଜୀବନ । ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କଣପାଜୁ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ତେବେ ତାଙ୍କର ମୃତ୍ୟୁ ବେଳକୁ ଶିଶୁଟି ଜନ୍ମ ହୋଇସାରିଥିଲା । ତୁରନ୍ତ ନବଜାତ ଶିଶୁକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରଦୀପ ମଲ୍ଲିକଙ୍କ ପତ୍ନୀ ସବିତାଙ୍କର ଗର୍ଭଯାନ୍ତ୍ରଣା ଆରମ୍ଭ ହୋଇଥିଲା । ସେମାନେ ୧୦୮ ଆମ୍ବୁଲାନ୍ସ ଯୋଗଯୋଗ କରାଇଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଅଧାବାଟରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ଗାଁ ଠାରୁ ୨କିମି ଦୁରରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ଶେଷରେ ପରିବାର ଲୋକେ ସବିତାଙ୍କୁ ଖଟରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ଆମ୍ବୁଲାନ୍ସରେ ଗାଁ ଠାରୁ ୫ କିମି ବାଟ ଆସିବା ପରେ ଆମ୍ବୁଲାନ୍ସ ଭିତରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ସାଲାଇନ୍ ଦେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ଶିଶୁ ପୁତ୍ରଟି ସୁରକ୍ଷିତ ଥିବା ଜଣାପଡିଛି। ବର୍ତ୍ତମାନ ଶିଶୁଟିର ଚିକିତ୍ସା ଜାରି ରହିଥିବା ଜଣାପଡିଛି ।
Comments are closed.