Latest Odisha News

BREAKING NEWS

ଡ଼େଙ୍ଗୁରେ ଆକ୍ରାନ୍ତ ମହିଳାଙ୍କ ଭୁବନେଶ୍ୱରରେ ମୃତ୍ୟୁ: ରାଜ୍ୟରେ ବ୍ୟାପୁଛି ଡ଼େଙ୍ଗୁ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଡ଼େଙ୍ଗୁରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏହା ପ୍ରଥମ ଡ଼େଙ୍ଗୁ ମୃତ୍ୟୁ ବୋଲି ଜଣାପଡ଼ିଛି ।

ମୃତ ମହିଳାଙ୍କ ସ୍ୱାମୀଙ୍କ ଗରମାଧ୍ୟମକୁ କହିବାନୁଯାୟୀ ତାଙ୍କର ମୃତ୍ୟୁ ଡ଼େଙ୍ଗୁ ଆକ୍ରାନ୍ତ ଯୋଗୁଁ ଘଟିଛି । ତେବେ ୨ଦିନ ପୂର୍ବରୁ ଡ଼ାକ୍ତରଖାନା ଭର୍ତ୍ତି ହୋଇଥିବା ମହିଳା ଡ଼େଙ୍ଗୁ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା ଏବଂ ସେ ଡ଼େଙ୍ଗୁ ରୋଗ ଲାଗି ଚିକିତ୍ସିତ ମଧ୍ୟ ହେଉଥିଲେ ।

ମହିଳାଙ୍କ ଯାଆ ମଧ୍ୟ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କର ଅବସ୍ଥା ସ୍ୱାଭାବିକ ରହିଛି ।

ତେବେ ରାଜ୍ୟରେ ଏବେ ଡ଼େଙ୍ଗୁ ଜନିତ ସ୍ଥିତି ଉଦବେଗଜନକ ରହିଛି ବୋଲି ସୂତ୍ରରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ ଗତବର୍ଷ ୧୦ ହଜାର ନମୁନାରୁ ୪୫ଟି ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବର୍ଷ କିନ୍ତୁ ସ୍ଥିତି ଉଦବେଗଜନକ ରହିଛି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.