Latest Odisha News

BREAKING NEWS

ସାରା ରାଜ୍ୟରେ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଦିନିକିଆ ଧର୍ମଘଟ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ବିଭିନ୍ନ ଦାବି ନେଇ ଆଜି ଅଟୋ ରିକ୍ସା ଚାଳକ ମହାସଂଘ ପକ୍ଷରୁ ୧୨ ଘଣ୍ଟିଆ ଧର୍ମଘଟ ଡ଼ାକରା ଦିଆଯାଇଛି । ଫଳରେ ସକାଳୁ ଶହ ଶହ ଅଟୋ ଓ ଟ୍ୟାକ୍ସି ଚାଳନା ବନ୍ଦ ହୋଇ ରାସ୍ତା କଡ଼ରେ ପଡ଼ିରହିଛି ।

ବିଭିନ୍ନ ଦାବି ପୂରଣ କରିବାକୁ ଅଟୋଚାଳକ ମହାସଂଘ ଏହି ବନ୍ଦ ଡ଼ାକରା ଦେଇଛି । ତେବେ ଯାତ୍ରୀ ଦେୟର ପୁନର୍ବିଚାର ଓ ବାର୍ଷିକ ଇନସୁରାନ୍ସ ପ୍ରିମିୟମ କେତେକ ପ୍ରମୁଖ ଦାବି ମଧ୍ୟରେ ରହିଛି । ଭଡ଼ାବୃଦ୍ଧି, ବୀମା ଅର୍ଥ ହ୍ରାସ ଭଳି ୪ଦଫା ଦାବିରେ ସକାଳ ୬ରୁ ସଂଧ୍ୟା ୬ ଯାଏଁ ବନ୍ଦ ଡ଼ାକରା ଦେଇଛି ରାଜ୍ୟ ଅଟୋ ଚାଳକ ମହାସଂଘ ।

ଭୁବନେଶ୍ୱରର ମୁଖ୍ୟ ରାସ୍ତାଗୁଡ଼ିକରେ ଅଟୋ ଚାଳନା ବନ୍ଦ ହେଲେ ହଜାର ହଜାର ଅଟୋ ଚାଳକଙ୍କ ଦୈନିକ ଉପାର୍ଜନ ପ୍ରଭାବିତ ହେବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାତ୍ରାଧିକ ପରିବହନ ଟିକସ ପ୍ରତ୍ୟାହାର କରିବା ନେଇ କ୍ଷୋଭ ପ୍ରକାଶ କରିଛି ଅଟୋ ରିକ୍ସା ମହାସଂଘ ।

ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ ସାମଲ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ତୈଳଦର ବୃଦ୍ଧି ହ୍ରାସ କରିବାକୁ କିଛି ପଦକ୍ଷେପ ନିଅନ୍ତୁ । ତୈଳଦର ଅହେତୁକ ବୃଦ୍ଧି ଯୋଗୁଁ ଅଟୋ ଚାଳଙ୍କର ପ୍ରଭୁତ କ୍ଷତି ଘଟି ଚାଲିଛି ।

ଏପଟେ ସରକାରଙ୍କ ପକ୍ଷରୁ ପରିବହନ ଟିକସ ମାତ୍ରାଧିକ ଯୋଗୁଁ ଅଟୋ ଚାଳକଙ୍କର କ୍ଷତି ବଢି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାର ପରିବହନ ଟିକସ ପ୍ରତ୍ୟାହାର କରିବା ଆମର ଦାବି ବୋଲି କହିଛନ୍ତି ମହାସଂଘର ସାଧାରଣ ସଂପାଦକ ।

ରାଜ୍ୟ ଅଟୋ ଚାଳକ ମହାସଂଘ ସଭାପତି ସୁବାସ ସିଂଙ୍କ ସୂଚନା ଅନୁସାରେ ପ୍ରାୟ ଦେଢ ଲକ୍ଷରୁ ଅଧିକ ଅଟୋ ଚାଳକ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି । ରାଜ୍ୟର ପ୍ରାୟ ପ୍ରତ୍ୟେକ ସହରରେ ଏହି ବନ୍ଦ ଡ଼ାକରା ଦିଆଯାଇଥିଲେ ମଧ୍ୟ ବିଶେଷକରି ରାଜଧାନୀ ଭୁବନେଶ୍ୱର, କଟକ ଓ ରାଉରକେଲାରେ ଏହାର ପ୍ରଭାବ ଅଧିକ ପଡ଼ିଛି ।

Leave A Reply

Your email address will not be published.