ପୁରୀ: ପହଣ୍ଡି ଶୃଙ୍ଖଳାକୁ ନେଇ ଶେଷ ହେଲା ଚୁଡାନ୍ତ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା ବୈଠକ । ପୂଜାପଣ୍ଡା ନିଯୋଗ, ଦଇତାପତି ନିଯୋଗ, ସିଂହାରୀ ନିଯୋଗ, ସୁଆର ମହାସୁଆର ନିଯୋଗକୁ ନେଇ ହୋଇଛି ବୈଠକ ।
ପହଣ୍ଡି ଶୃଙ୍ଖଳା ପାଇଁ ଦାୟିତ୍ଵ ନେଇଛନ୍ତି ସମସ୍ତ ନିଯୋଗ । ଗତବର୍ଷର ପହଣ୍ଡି ଅଘଟଣ ଏଡାଇବାକୁ ହୋଇଛି ସ୍ବତନ୍ତ୍ର ଷ୍ଟ୍ରାଟେଜି । କେବଳ ଅନଧିକୃତ ସେବକ ହିଁ ପହଣ୍ଡି କାର୍ଯ୍ୟରେ ନିୟୋଜିତ ରହିପାରିବେ । ସମସ୍ତ ନିଯୋଗର ସଭାପତି ସମ୍ପାଦକ ଉପସ୍ଥିତ ରହି ପହଣ୍ଡି ପରିଚାଳନା କରିବା ସହ ସ୍ଵତ୍ଵଲିପି ଅନୁସାରେ ଆବଶ୍ୟକ ସେବକଙ୍କୁ ଚିହ୍ନଟ କରିବେ ।
ନିର୍ଦ୍ଦିଷ୍ଟ ଏବଂ ସ୍ଵତ୍ଵଲିପିରେ ନଥିବା କୌଣସି ସେବକ ପହଣ୍ଡି କର୍ଡନ ମଧ୍ୟକୁ ପ୍ରବେଶ କରିବା ବାରଣ ରହିବ । ପ୍ରତି ବିଗ୍ରହଙ୍କ ପାଇଁ ଉଦ୍ଦିଷ୍ଟ ବରିଷ୍ଠ ଅଧିକାରୀ ପହଣ୍ଡି ପରିଚାଳନାକୁ ସଙ୍ଗଠିତ କରିବେ । ତେବେ ରଥ ଶୋଧ, ରଥ ଟଣା, ପହଣ୍ଡି ଶୃଙ୍ଖଳା ପାଇଁ ସମସ୍ତେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶୃଙ୍ଖଳିତ ପହଣ୍ଡି ଚଳିତ ଥରର ମୁଖ୍ୟ ଫୋକସ୍ ରହିବ । ମୋବାଇଲ୍ ବାରଣ, ଶୋଧ, ସହାୟକ ସେବକଙ୍କୁ କେବଳ ସହାୟତା ବେଳେ ପ୍ରବେଶ ଅନୁମତି ଉପରେ ସକାରାତ୍ମକ ମତ ରଖିଛନ୍ତି ସମସ୍ତ ସେବକ ନିଯୋଗ ।
Comments are closed.