Latest Odisha News

BREAKING NEWS

୧୪ ମାସ ହେଲା ପରିଶ୍ରା କରିନାହାନ୍ତି ମହିଳା : ଦିନକୁ ପିଅନ୍ତି ୩ ଲିଟର ପାଣି

ଲଣ୍ଡନ: କୁହାଯାଏ, ଅତ୍ୟଧିକ ପାଣି ପିଇଲେ ଶରୀରରୁ ବିଷାକ୍ତ ପଦାର୍ଥ ବାହାର ହୋଇଯାଇଥାଏ । ଏମିତି ବି କୁହାଯାଏ ବେଶୀ ପାଣି ପିଇଲେ ଚେହେରାରେ ଚମକ୍ ଆସିଥାଏ । ତେଣୁ ପ୍ରତ୍ୟେକ ଲୋକଙ୍କୁ ପ୍ରତ୍ୟେକ ଦିନ ଅତି କମରେ ଦୁଇ ଲିଟର ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ । ଯେତେ ଅଧିକ ପାଣି ପିଇଲେ ସେତେ ପରିଶ୍ରା ବି ହୋଇଥାଏ । କିନ୍ତୁ ଲଣ୍ଡନର ଜଣେ ମହିଳାଙ୍କ କ୍ଷେତ୍ରରେ ବ୍ୟକ୍ତିକ୍ରମ ଦେଖିବାକୁ ମିଳିଛି । ସେ ଦୀର୍ଘ ୧୪ ମାସ ହେଲାଣି ପରିଶ୍ରା କରିନାହାନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା, ସେ ଦିନକୁ ୩ ଲିଟର ପାଣି ପିଇଥାନ୍ତି ।

ଲଣ୍ଡନର ୩୦ ବର୍ଷିୟା ଏଲେ ଆଡାମସ୍ । ଗତ ୧୪ ମାସ ହେଲା ସେ ପରିଶ୍ରା କରିନାହାନ୍ତି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଘର ଲୋକେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଲା, ସେ ଅତି ବିରଳ ରୋଗରେ ପୀଡ଼ିତ । ଏହି କାରଣରୁ ତାଙ୍କର ପରିଶ୍ରା ଠିକ୍ ଭାବେ ହେଉନାହିଁ । ତେଣୁ ସାରାଜୀବନ ତାଙ୍କୁ କ୍ୟାଥରର ସାହାଯ୍ୟରେ ପରିଶ୍ରା କରିବାକୁୁ ପଡିବ ।
ଏଲେ କୁହନ୍ତି, ଦିନେ ରାତିରେ ସବୁକିଛି ଠିକ୍‌ଠାକ୍ ଥଲା । ସକାଳୁ ଉଠିବାରୁ ତାଙ୍କର ପରିଶ୍ରା ହେଲା ନାହିଁ । ସେ ଯେତେ ଚେଷ୍ଟା କଲେ ମଧ୍ୟ ହେଲାନାହିଁ । ସେ ବହୁତ ପାଣି ପିଇଲେ । ତଥାପି ପରିଶ୍ରା ହେଲା ନାହିଁ । ଏହା ପରେ ସେ ଡାକ୍ତରଖାନାକୁ ଗଲେ, ଯେଉଁଠାରେ ଡାକ୍ତରମାନେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପରିସ୍ରା ଥଳିରେ ଗୋଟିଏ ଲିଟର ପରିସ୍ରା ଅଟକି ରହିଛି । ଏହା ପରେ ଏକ ଇମେଜିଂ କ୍ୟାଥେର୍ ଲଗା ଯାଇଥିଲା । ହେଲେ ତାହାପରଠାରୁ ସେ ପୂର୍ବରୁ ଯେଉଁ କାମ ତାଙ୍କ ପାଇଁ ସହଜ ମନେ ହେଉଥିଲା, ତାହା ଆଜି କଷ୍ଟସାଧ୍ୟ ହୋଇପଡିଛି । ଡାକ୍ତରମାନେ ତାଙ୍କୁ ଆତ୍ମ-କ୍ୟାଥେରାଇଜ୍ କରିବାକୁ ପରାମର୍ଶ ଦେଇଛନ୍ତି । ଘଟଣାର ଆଠ ମାସ ପରେ ଯେତେବେଳେ ଏଲେ ୟୁରୋଲୋଜି ବିଭାଗକୁ ଗଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ଏହା ପ୍ରକୃତରେ ଫାଉଲର ସିଣ୍ଡ୍ରୋମ ଅଟେ । ଏହି ରୋଗ ସାଧାରଣତଃ ୨୦ରୁ ୩୦ ବର୍ଷ ବୟସର ଅନେକ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଏଲେଙ୍କ ବିଭିନ୍ନ ପରୀକ୍ଷା ପରେ ଜଣାପଡ଼ିଲା ଯେ, ସେ ସାରା ଜୀବନ ତାଙ୍କୁ ଏକ କ୍ୟାଥରର ସାହାଯ୍ୟରେ ପରିଶ୍ରା କରିବାକୁୁ ପଡିବ ।

Leave A Reply

Your email address will not be published.