Gang Rape: ଲିଫ୍ଟ ଦେବା ଆଳରେ ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ
ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ । ଲିଫ୍ଟ ଦେବାକୁ କହି ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଷ୍ଟେସନରେ ଛାଡି ଦେବାକୁ କହି ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ୨ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ ।
ସୂଚନା ଅନୁସାରେ, ଜଣେ ବଙ୍ଗୀୟ ମହିଳାଙ୍କୁ ଏକୁଟିଆ ରାସ୍ତାରେ ଦେଖି ଲିଫ୍ଟ ଦେଇଥିଲେ ଦୁଇ ଜଣ ଯୁବକ । ଏକାକିର ସୁଯୋଗ ଦେଖି ସାହାଯ୍ୟ କରିବା ଆଳରେ ଲିଫ୍ଟ ଦେଇ ନିଜ ଭଡ଼ା ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତମାଣ୍ଡୋ ଥାନା ରଣସିଂହପୁରରେ ଏହି ଲଜ୍ଜାଜନକ ଘଟଣା ଘଟିଛି ।
ପରେ ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ନୟାଗଡ଼ର ବିଚିତ୍ର ସାହୁ ,ନାରାୟଣ ସ୍ବାଇଁ କୁ ଗିରଫ କରିଛି ପୋଲିସ । ପୀଡିତା ଜଣକ ପଶ୍ଚିମବଙ୍ଗର ହୋଇଥିବା ବେଳେ ଡାକ୍ତରୀ ମାଇନା କରି ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।