Latest Odisha News

BREAKING NEWS

ଏୟାରପୋର୍ଟରେ ଜନ୍ମ ହେଲା ଶିଶୁ, କୁନି ଯାତ୍ରୀଙ୍କୁ ସ୍ୱାଗତ କଲେ କର୍ମଚାରୀ

ନୂଆଦିଲ୍ଲୀ: ବିମାନବନ୍ଦରରେ ଥିଲେ ସବୁଠାରୁ କୁନି ଯାତ୍ରୀ । ମାତ୍ର କେଇ ଘଣ୍ଟାର ।  କୁନି ବିମାନଯାତ୍ରୀଙ୍କୁ ଦେଖିବାକୁ ବେଶ ଭିଡ ଜମିଥିଲା । କୁନି ଯାତ୍ରୀଙ୍କୁ ଦେଖି  ଏୟାରପୋର୍ଟ କର୍ମର୍ଚାରୀମାନେ ଖୁସିରେ  ସ୍ୱାଗତ ବି କରିଥିଲେ । କିଛି ସମୟ ପାଇଁ ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଖେଳି ଯାଇଥିଲା ଖୁସିର ମାହୋଲ । ଏଇ  କୁନି ଯାତ୍ରୀ  ଆଉ କେହି ନୁହିଁନ୍ତି, ସେ ହେଉଛି ଏୟାରପୋର୍ଟରେ ଜନ୍ମ ନେଇଥିବା ଶିଶୁପୁତ୍ର ।

ଦିଲ୍ଲୀ  ଏୟାରପୋର୍ଟର  ଟର୍ମିନାଲ ୩ରେ ଗତକାଲି ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଗର୍ଭବତୀ ମହିଳା ଏବଂ ତାଙ୍କ ସ୍ୱାମୀ କର୍ଣ୍ଣାଟକର ହୁବାଲୀ ଯିବା ପାଇଁ ଏୟାରପୋର୍ଟରେ ବସିଥିଲେ  । ଏହି ସମୟରେ ମହିଲାଙ୍କର ପ୍ରସବ ବେଦନା ହୋଇଥିଲା  । ପରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।

ଶିଶୁ ଜନ୍ମ ସମୟରେ ସାହାଯ୍ୟ କରିଥିବା ଡାକ୍ତର ପ୍ରବୀଣ ସିଂହଙ୍କ ଅନୁସାରେ, ମହିଳାଙ୍କୁ ପ୍ରସବ ପୀଡା ସମୟରେ ତାଙ୍କୁ ଟର୍ମିନାଲ ୩ର ଚିକିତ୍ସା ସୁବିଧା କେନ୍ଦ୍ରକୁ ଅଣାଯାଇଥିଲା । ସକାଳ ୯ଟା ୪୦ମିନିଟରେ ମହିଳା ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଡାକ୍ତରଙ୍କ କହିବାନୁସାରେ, ଏ ହେଉଛି ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟର ମେଦାନ୍ତ କ୍ଲିନିକରେ ଜନ୍ମ ହୋଇଥିବା ପ୍ରଥମ ଶିଶୁ । ଏଠାକାର କର୍ମଚାରୀମାନେ ଏଇ କୁନି ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । ମା ଏବଂ ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ବେଳେ ତାଙ୍କୁ ଏୟାରପୋର୍ଟ ନିକଟସ୍ଥ ଚିକିତ୍ସାଳୟ ନିଆଯାଇଛି ।

Comments are closed.