Latest Odisha News

BREAKING NEWS

ପୂର୍ବରୁ ୧୫ ଟି ପିଲା ଜନ୍ମ କରିଥିଲେ ମହିଳା, ୧୬ ତମ ଶିଶୁ ଜନ୍ମ କରିବାକୁ ଯାଇ କଣ ହେଲା ଜାଣନ୍ତୁ

ଭୋପାଳ: ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଜଣେ ମହିଳା ନିଜର ୧୬ ତମ ସନ୍ତାନକୁ ଜନ୍ମ ଦେଇଥିଲେ ଏବଂ କିଛି ସମୟ ପରେ ନବଜାତ ଶିଶୁଙ୍କ ସହ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସ୍ଥାନୀୟ ପଦଝିର ଗାଁର ୪୫ ବର୍ଷୀୟା ମହିଳା ସୁଖରାଣୀ ଅହିରୱାର ଶନିବାର ଦିନ ଏକ ଶିଶୁପୁତ୍ରକୁ ଘରେ ପ୍ରସବ କରିଥିଲେ। ଏନେଇ ଜାତୀୟ ନ୍ୟୁଜ ଏଜେନ୍ସିର ଖବର ଅନୁଯାୟୀ ଆଶା କର୍ମୀ କାଲୋ ବାଇ ବିଶ୍ୱକର୍ମାଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ, “ପ୍ରସବ ପରେ ପରେ ସୁଖରାଣୀ ଏବଂ ତାଙ୍କ ନବଜାତ ଶିଶୁର ଅବସ୍ଥା ଗୁରୁତର ହୋଇଯାଇଥିଲା ।

ସେମାନଙ୍କୁ ପ୍ରଥମେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଯେଉଁଠାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା ବୋଲି ଆଶା ଦିଦି କହିଛନ୍ତି। ତାଙ୍କ କହିବାନୁସାରେ, ସୁଖରାଣୀ ଏହା ପୂର୍ବରୁ ୧୫ ଜଣ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ, ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା।

ତେବେ ଉକ୍ତ ଘଟଣାଟି ସତ୍ୟ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ସଂଗୀତା ତ୍ରିବେଦୀ କହିଛନ୍ତି।

Comments are closed.