Latest Odisha News

BREAKING NEWS

ମୋବାଇଲ ଲୁଟେରା ଗ୍ୟାଙ୍ଗ ପ୍ରେମୀ ଯୁଗଳ

ପୁରୀ: ପୁରୀ ଟାଉନ ଥାନା ପୋଲିସ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ମୋବାଇଲ ଲୁଟ କରୁଥିବା ଗ୍ୟାଙ୍ଗ ହେଉଛନ୍ତି ପ୍ରେମୀ ଯୁଗଳ । ପ୍ରେମୀ ଯୁଗଳ ଅଭିନବ ଉପାୟରେ ମୋବାଇଲ ଲୁଟ କରୁଥିଲେ । ଗିରଫ ପ୍ରେମୀ ଯୁଗଳ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କ ମୋବାଇଲ ଲୁଟ କରୁଥିଲେ । ପ୍ରଥମେ ଛାତ୍ର ଛାତ୍ରୀଙ୍କ ଏକୁଟିଆର ସୁଯୋଗ ନେଇ ମହିଳା ଲୁଟେରା ଜଣକ ତାଂକ ପାଖକୁ ଯାଉଥିଲା।

ଗତକାଲି ପୁରୀ ଗୋଖା ସାହିରେ ଏଭଳି ଅଭିନବ ଉପାୟରେ ମୋବାଇଲ ଲୁଟ ପରେ ପୋଲିସ ଅନୁସନ୍ଧାନ କରିଥିଲା । ତେବେ ପୁରୀର ମଶାଣି ଚଣ୍ଡୀ ଛକ ଦୁଇ ଜଣ ପ୍ରେମୀ ଯୁଗଳ ଲୁଟ ମୋବାବଲ ବିକ୍ରି କରୁଥିବା ପୋଲିସ ପାଖରେ ଖବର ପହଁଚି ଥିଲା। ସଂଗେ ସଂଗେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଉଭୟ ପ୍ରେମୀ ଯୁଗଳ ଧରାଯିବା ସହ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

 

Leave A Reply

Your email address will not be published.