Latest Odisha News

BREAKING NEWS

ନୂତନ ରେଳପଥରେ ଚାଲିଗଲା ପ୍ରଥମ ଜୀବନ

ଢେଙ୍କାନାଳ: ଗତ କିଛି ଦିନ ହେବ ଅନୁଗୁଳ-ସୁକିନ୍ଦା ନୂତନ ରେଳପଥରେ ଗଡିଥିଲା ପ୍ରଥମ ଟ୍ରେନ । ଆଉ ଏହି ନୂଆ ରେଳପଥରେ ଆଜି ଚାଲିଗଲା ପ୍ରଥମ ଜୀବନ । ଟ୍ରେନ ଧକ୍କାରେ ଜଣେ ୪୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ  ଘଟିଛି। ମୃତ ମହିଳା ଜଣକ ହେଲେ  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗାଁର ବନିତା ବିଶ୍ୱାଳ ।

ବନିତା ସକାଳୁ ସକାଳୁ ଘରୁ ବାହାରି  ମୁକ୍ତାପଶି ଗାଁକୁ ଯାଉଥିଲେ ମେଡିସିନ ଆଣିବାକୁ  । ଏଥିପାଇଁ ରେଳଲାଇନ ପାର ହେଉଥିଲେ । ରେଳ ଲାଇନ ପାର ହେବାବେଳେ ତାଙ୍କୁ ଟ୍ରେନ ଧକ୍କା ଦେଇଥିଲା  ।  ଗତ କିଛି ଦିନ ହେବ ନୂତନ ରେଳପଥରେ ଟ୍ରେନ ଚଳାଚଳ ହୋଇଥିଲା । ନୂତନ ରେଳପଥର ଏହା ପ୍ରଥମ ଘଟଣା ।   ତୁରନ୍ତ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦେବାକୁ ସ୍ଥାନୀୟ ଲୋକଙ୍କ ଦାବି କରିଛନ୍ତି ।   ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ରେଲୱେ ଦୁର୍ଘଟଣା ରୋକିବା ପାଇଁ ସରକାର ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

 

Leave A Reply

Your email address will not be published.