Latest Odisha News

BREAKING NEWS

ଅର୍ଥ ହେରଫେର ମାମଲାରେ ଗିରଫ ହେଲେ IAS ଅଫିସର ପୂଜା ସିଙ୍ଘଲ

ରାଞ୍ଚି: ଗିରଫ ହେଲେ ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ପୂଜା ସିଙ୍ଘଲ । ମନରେଗା ଘୋଟାଲା, ନିଜ ଆୟରୁ ଅଧିକ ସମ୍ପତ୍ତି ଏବଂ ଦୁର୍ନୀତିର ଗୁରୁତର ଅଭିଯୋଗରେ ଘେରି ରହିଥିବା ଝାଡଖଣ୍ଡର ଖଣି ଏବଂ ଶିଳ୍ପ ସଚିବ ତଥା ଆଇଏଏସ ଅଫିସର ପୂଜା ସିଙ୍ଘଲଙ୍କୁ ଇଡି ଗିରଫ କରିଛି । ଏହା ପୂର୍ବରୁ ତାଙ୍କୁ କୌଣସି ପରିସ୍ଥିତିରେ ରାଞ୍ଚି ନଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ଇଡି ।

୯ ଘଣ୍ଟା ଧରି ପଚରାଉଚରା କରାଯିବା ପରେ ଇଡି ମଙ୍ଗଳବାର ରାତି ପ୍ରାୟ ୮ ଟାରେ ପୂଜା ସିଙ୍ଘଲଙ୍କୁ ମୁକ୍ତ କରିଥିଲା। ଏହା ସହିତ ଇଡି ଅଧିକାରୀମାନେ ତାଙ୍କୁ ରାଞ୍ଚି ନଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଝାଡଖଣ୍ଡ ସରକାରଙ୍କ ଖଣି ବିଭାଗର ସଚିବ ଥିବା ପୂଜା ସିଙ୍ଘଲ ରହୁଥିବା ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା, ଯାହାକୁ ଗଣିବାକୁ ଇଡିକୁ ଟଙ୍କା ମେସିନ୍ ଆଣିବାକୁ ପଡିଥିଲା । ଏହାପରେ ମଙ୍ଗଳବାର ତାଙ୍କୁ ଇଡି ଅଧିକାରୀମାନେ ପାଖାପାଖି ୯ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚୁରା କରିବା ପରେ ଛାଡି ଦେଇଥିଲେ । ପଚରାଉଚରା ବେଳେ ଇଡିର ପ୍ରତିଟି ଅଭିଯୋଗକୁ ପୂଜା ଗ୍ରହଣ କରିନଥିବା ସହ ନିଜକୁ ନିର୍ଦ୍ଦୋଷ ବୋଲି କହିଚାଲିଥିବା ଜଣାପଡ଼ିଛି।

ଅନ୍ୟପଟେ ଝାଡଖଣ୍ଡ ସରକାର ଏବେ ପୂଜା ସିଙ୍ଘଲଙ୍କୁ ଚାକିରିରୁ ହଟାଇ ଦେଇଛନ୍ତି । ତାଙ୍କ ଜାଗାରେ ଅନ୍ୟ ଜଣେ ଅଫିସରଙ୍କୁ ଏହି ବିଭାଗର ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.