Latest Odisha News

କଲେଜ ଛାତରୁ ପଡି ଅଧ୍ୟାପିକା ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଅଘଟଣ । କଲେଜ ଛାତରୁ ପଡ଼ି କନିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁ ଘଟିଛି । ମୃତ ଅଧ୍ୟାପିକା ଜଣଙ୍କ ହେଲେ ବର୍ଷା ମିଶ୍ର । ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନସ୍ ବିଭାଗର ଅଧ୍ୟାପିକା ଥିଲେ ବର୍ଷା ।

କଲେଜ୍ ସମୟରେ ଗତ ୧୧ ତାରିଖରେ କଲେଜ ଛାତରୁ ପଡ଼ି ଗୁରୁତର ହୋଇଥିଲେ ବର୍ଷା । ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ତେବେ ଅଧ୍ୟାପିକା ବର୍ଷାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ ପରିବାର ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ବର୍ଷାଙ୍କୁ ତାଙ୍କ ଏଚଓଡି ଛାତରୁ ପେଲିଦେଇଥିବା କୁହାଯାଉଛି ।

ଘଟଣାରେ ବର୍ଷାଙ୍କ ମୃତଦେହ ବ୍ୟବଚ୍ଛେଦ କରି ତଦନ୍ତ କରୁଛି ପୋଲିସ । ଏନେଇ କଲେଜ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.