Latest Odisha News

BREAKING NEWS

ଜେଲ୍ ଅଧୀକ୍ଷକ ନାଁରେ ଅଭିଯୋଗ; ମହିଳା କଏଦୀଙ୍କ ସୁନା ଅଳଙ୍କାର ଫେରାଉ ନଥିବାରୁ ଏତଲା

କଟକ: ଚୌଦ୍ଵାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ବିରୋଧରେ ଥାନାରେ ମାମଲା । ମହିଳା କଏଦୀଙ୍କ ସୁନା ଗହଣା ନେଇଗଲେ ଜେଲ୍ କର୍ତ୍ତୃପକ୍ଷ । ଏପରି ଅଭିଯୋଗ ଆଣିଛନ୍ତି ମାହାଙ୍ଗା ଥାନା ଅଞ୍ଚଳର ଇତିଶ୍ରୀ ମହାନ୍ତି । ଏକ ମାମଲାରେ ମହିଳା ଜଣଙ୍କ ବିଚାରଧୀନ କଏଦୀ ଭାବେ ଗତ ସେପ୍ଟେମ୍ବର ୨୩ ତାରିଖରେ ଚୌଦ୍ଵାର ଜେଲ ଆସିଥିଲେ। ସେ ପିନ୍ଧିଥିବା ସୁନା ମୁଦି, କାନର ଆଦି ଅଳଙ୍କାର ଜେଲରେ ଥିବା ସିସିଟିଭି ସାମ୍ନାରେ ତାଙ୍କ ଠାରୁ ଜେଲ କର୍ମଚାରୀ ନେଇଥିଲେ। ମାତ୍ର ସେ ୩ ମାସ ଜେଲରେ ରହି ଡିସେମ୍ବର ୨୩ରେ ଜେଲରୁ ଜାମିନରେ ବାହାରିଛନ୍ତି। ଜେଲ କର୍ତ୍ତୃପକ୍ଷ ରଖିଥିବା ଅଳଙ୍କାର ତାଙ୍କୁ ଫେରେଇଲେ ନାହିଁ।

ଏନେଇ ଜେଲ ଅଧୀକ୍ଷକ ତାଙ୍କୁ କହିଲେ କି ଯଦି ତୁମେ ପୂର୍ବରୁ ଥିବା ଜେଲର ସନ୍ତୋଷିନୀ ଦାଶଙ୍କ ନାମରେ ଥାନରେ ଅଭିଯୋଗ କରିବ ତାହା ହେଲେ ଆମେ ଅଳଙ୍କାର ବଦଳରେ ଟଙ୍କା ଦେବୁ। ଏହି କଥାରେ ଇତିଶ୍ରୀ ରାଜି ନହେବାରୁ ତାଙ୍କୁ ଅଳଙ୍କାର ଫେରାଉ ନଥିବା ନେଇ ସେ ଚୌଦ୍ଵାର ଥାନାରେ ଅଭିଯୋଗ କରିଛନ୍ତି ।

ଏନେଇ ଜେଲ ଅଧୀକ୍ଷକ କହିଛନ୍ତି ଅଭିଯୋଗ ଭିତ୍ତିହୀନ । ସେ ଜେଲକୁ ଆସିବା ସମୟରେ ଜେଲର ସନ୍ତୋଷିନୀ ଦାଶ ଦାୟିତ୍ୱରେ ଥିଲେ। ସେ ଅଳଙ୍କାର ତାଙ୍କ ଠାରୁ ରଖିଛନ୍ତି।

Leave A Reply

Your email address will not be published.