Latest Odisha News

BREAKING NEWS

ଖୁବଶୀଘ୍ର ଓଡିଶା ଲାଗି କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହେବ: ନିରଞ୍ଜନ

ଭୁବନେଶ୍ୱର : ଓଡିଶା ଲାଗି ଖୁବଶୀଘ୍ର କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ବୁଧବାର ଦିନ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

ନୂଆଦିଲ୍ଲୀରୁ ଫେରିବା ପରେ ଶ୍ରୀଯୁକ୍ତ ନିରଞ୍ଜନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏଥରଦଳରେ ମହିଳାଙ୍କୁ ଅଧିକରୁ ଅଧିକ ଟିକେଟ ପ୍ରଦାନ କରିବା ପାଇଁ ପାର୍ଟି ହାଇକମାଣ୍ଡ ଗୁରୁତ୍ୱ ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶକ୍ରମେ ଆମେ ଦଳ ପାଇଁ ଯୋଗ୍ୟ ମହିଳା ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛୁ ।

ଏଆଇସିସି କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଲୋକସଭା ପାଇଁ ୧୫ ଓ ବିଧାନସଭା ନିର୍ବାଚନ ଲାଗି ୧୦୫ ଜଣ ପ୍ରାର୍ଥୀଙ୍କ ନାମକୁ ଚୂଡାନ୍ତ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବାକି ୬ଟି ଲୋକସଭା ସିଟ୍ ଓ ୪୨ଟି ବିଧାନସଭା ସିଟ୍ ପାଇଁ ଆଗାମୀ ୧୬ ତାରିଖ ଦିନ ସିଇସି ପକ୍ଷରୁ ବୈଠକ କରାଯିବ ।

ଆଗାମୀ ସାଧାରଣ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏକପ୍ରକାର ସରଗରମ ରହିଛି । ରାଜନୈତିକ ଦଳମାନେ ଭୋଟ ହାତେଇବା ପାଇଁ ଅନେକ ପଦକ୍ଷେପ ଆପଣାଉଥିବା ବେଳେ କଂଗ୍ରେସ ଏବେ ମହିଳା କାର୍ଡ ଗୋଟି ଖେଳିଛି ।

Leave A Reply

Your email address will not be published.