Latest Odisha News

BREAKING NEWS

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ : ଅପରାହ୍ଣ ୫ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ଆରମ୍ଭରୁ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି  । ଦିବଗଂତ ନେତା ଓ କୋଭିଡ୍ ଯୋଦ୍ଧାଙ୍କ ପାଇଁ  ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ଣ ୫ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି ।

ମମିତା ହତ୍ୟା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ସମରସଜ୍ଜା କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା, ଦୁର୍ନୀତି ଭଳି ମୁଦ୍ଦା ଉଠାଇ ସରକାରଙ୍କୁ ଅକଳରେ ପକାଇବାକୁ  ନିଷ୍ପତି ନେଇଥିଲେ ମଧ୍ୟ ମମିତା ମେହେର ହତ୍ୟା ଘଟଣା ମୁଖ୍ୟ ପ୍ରସଙ୍ଗ ପାଲଟିବ ବୋଲି କହିଛନ୍ତି ବିରୋଧୀ ।

୧୩ ଲକ୍ଷ ଘର ଆବଶ୍ୟକତା ଥିବାବେଳେ କେନ୍ଦ୍ର ଦେଇଛି ମାତ୍ର ୫ ଲକ୍ଷ । ବାକି ଆଠ ଲକ୍ଷ ଘର ଦେବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିଲେ ବି କେନ୍ଦ୍ର ସରକାର ଶୁଣୁନାହାନ୍ତି । ବିଜେପି ଶାସିତ ରାଜ୍ୟକୁ ଅଧିକ ଘର ମିଳୁଛି। ଓଡ଼ିଶାରେ ବାରମ୍ବାର ବାତ୍ୟା ହେଉଥିଲେ ବି ଆବଶ୍ୟକ ଘର ମିଳୁନି୍।

ଫନି ସହାୟତା ଘର ମିଳିନାହିଁ। ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାକୁ ବିଜେଡି ଵିଧାୟକମାନେ ରାଜଭବନରେ ପହଞ୍ଚିଛନ୍ତି | ରାଜଭବନରେ ପହଞ୍ଚିବା ପରେ ବିଜେଡିର ଏକ ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଛନ୍ତି । ଏହାସହ ଯଦି କେନ୍ଦ୍ର ସରକାର ଏଭଳି ପାତରଅନ୍ତର ନୀତିରୁ ଦୂରେଇ ନ ରୁହନ୍ତୁ ତେବେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ବିଜେଡି ଚେତାବନୀ ଦେଇଛି ।

Leave A Reply

Your email address will not be published.