Latest Odisha News

BREAKING NEWS

ଉଡ଼ନ୍ତା ବିମାନରୁ ଡେଇଁ ଜୀବନ ବଞ୍ଚାଇଥିଲେ ମହିଳା: ୫୨ ବର୍ଷ ତଳର କାହାଣୀକୁ ସେୟାର କଲେ

ଏମିତି କିଛି ଘଟଣା ଅଛି ତାହା ଶୁଣିବା ପରେ ଈଶ୍ୱରଙ୍କ ଉପରେ ଆମର ବିଶ୍ୱାସ ଆହୁରି ବଢିିଯାଏ । ଯଦି କେହି ମୃତ୍ୟୁ ମୁଖରୁ ଫେରି ଆସନ୍ତି, ତେବେ ଭଗବାନଙ୍କ ଆର୍ଶିବାଦରୁ ବଞ୍ଚିଗଲେ ବୋଲି କହିଥାନ୍ତିି । ଯଦି ବିମାନ ଦୁର୍ଘଟଣା କଥା କହିବା ତାହାହେଲେ ଏଥିରୁ ବର୍ତ୍ତିବା ସମ୍ଭବ ନୁହେଁ । କିନ୍ତୁ ଏପରି ଝିିଅ ବିଷୟରେ କହିବୁ, ଯିଏ ବିମାନରୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ ।

ଏହା ହେଉଛି ଜୁଲିଆନ୍ କୋପାକ ନାମକ ଜଣେ ମହିଳାଙ୍କ ୫୨ ବର୍ଷ ତଳର କାହାଣୀ, ଯାହାକୁ ସେ ଏବେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସେ କହିଛନ୍ତି, ୧୯୭୧ ମସିହାର କଥା । ଜୁଲିଆନଙ୍କୁ ସେତେବେଳେ ୧୭ ବର୍ଷ ବୟସ ହୋଇଥିଲା । ଦିନେ ସେ ତାଙ୍କ ମାଆଙ୍କ ସହିତ ଏକ ଫ୍ଲାଇଟ୍‌ରେ ଯାତ୍ରା କରୁଥିଲେ । ଯେଉଁଥିରେ ସମୁଦାୟ ୯୨ ଜଣ ଯାତ୍ରୀ ଥିଲେ । ଜୁଲିଆନ୍ ଜାଣି ନ ଥିଲେ ଯେ ଏହି ଯାତ୍ରା ତାଙ୍କ ଜୀବନର ଏପରି ସ୍ମରଣୀୟ ଯାତ୍ରା ହେବାକୁ ଯାଉଛି, ଯାହା କେବଳ ସେ ନୁହେଁ ଦୁନିଆ କେବେ ବି ଭୁଲି ପାରିବ ନାହିଁ । ବିମାନଟି ଉଡ଼ାଣ ସମୟରେ ହଠାତ୍ ବଜ୍ରପାତ ହେଲା, ଯେଉଁଥିପାଇଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା ୯୨ ଜଣଙ୍କ ମଧ୍ୟରୁ ମାତ୍ର ୧୭ ଜଣ ବଞ୍ଚିଯାଇଥିଲେ । ସେଥିରେ ଜୁଲିଆନ କୋପାକ ବି ଥିଲେ ।
ତାଙ୍କ ସିଟ୍‌ର ବାହ୍ୟ ଅଂଶ ପାରାଚ୍ୟୁଟ୍ ଭଳି କାମ କଲା ଏବଂ ବିମାନରୁ ବାହାରିବାବେଳେ ଏହା ତାଙ୍କ ତଳକୁ ଖସିବା ବେଗକୁ ମନ୍ଥର କଲା ।
ଜୁଲିଆନ୍ ଆମାଜନର ଜଙ୍ଗଲରେ ପଡ଼ିଯାଇଥିଲେ । ପଡ଼ିବା ପରେ ମଧ୍ୟ ତାଙ୍କ ସିଟ୍ ବେଲ୍ଟ ତାଙ୍କ ଶରୀରରେ ବନ୍ଧା ହୋଇ ରହିଥିଲା । ତାଙ୍କର କାନ୍ଧ ହାଡ଼ ଭାଙ୍ଗି ଯିବା ସହ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା ଏବଂ ଆଖି ମଧ୍ୟ ଆଘାତ ପାଇଥିଲା । ବାଟ ନ ପାଇ ସେ ୧୦ ଦିନ ଜଙ୍ଗଲରେ ଘୂରି ବୁଲିଥିଲେ । ଶେଷରେ ଏକ କୁଡ଼ିଆରେ ଆଶ୍ରୟ ନେଇଥିଲେ । ମଶା ଓ ଭୋକ ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା । ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ ।

Leave A Reply

Your email address will not be published.