Latest Odisha News

BREAKING NEWS

ମୃତ ଘୋଷଣା ପରେ ପୁନର୍ବାର ଜୀବିତ ହେଲେ ବ୍ୟକ୍ତି : ମୃତ୍ୟୁ ପରେ କ’ଣ ଘଟିଲା ବଖାଣିଲେ

ୱାଶିଂଟନ: ଆମେ ସମସ୍ତେ ଜାଣିଛେ ମୃତ୍ୟୁ ପରେ କେହି ଜୀବିତ ହୁଅନ୍ତି ନାହିଁ । କିନ୍ତୁ ଆମେରିକାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଡ଼ାକ୍ତର ମୃତ ଘୋଷଣା କରିବାର କିଛି ସମୟ ପରେ ଜଣେ ବ୍ୟକ୍ତି ପୁନର୍ବାର ଜୀବିତ ହେଇ ଉଠିଛନ୍ତି । କେବଳ ଏତିକି ନୁହେଁ, ମୃତ୍ୟୁ ପରେ ତାଙ୍କ ସହିତ କ’ଣ ଘଟିଥିଲା ? ସେ ବିଷୟରେ ମଧ୍ୟ କହିବା ଆରମ୍ଭ କରିଛନ୍ତି,ଯାହାକୁ ଶୁଣି ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ।

ଆମେରିକା ବାସିନ୍ଦା ୫୫ ବର୍ଷିୟ କେଭିନ ହିଲ । ହଠାତ୍ ହୃଦଘାତରେ ତାଙ୍କର ମୃତ୍ୟୁ ହେଲା । ପରିବାର ଲୋକେ ଡ଼ାକ୍ତରଖାନା ନେବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । କିନ୍ତୁ କିଛି ସମୟ ପରେ ତାଙ୍କ ନିଶ୍ୱାସ ଚାଲୁଥିବା ଦେଖିବାକୁ ମିଳିଲା । ଏହା ପୁରା ଚମତ୍କାର ଥିଲା । କାରଣ ଡାକ୍ତରମାନେ ମଧ୍ୟ ଏହାକୁ ବିଶ୍ୱାସ କରି ପାରି ନ ଥିଲେ । ଏହା ପରେ ଡାକ୍ତରମାନେ କେଭିନଙ୍କୁ ‘ଦି ମିରାକଲ ମ୍ୟାନ୍‌’ ବୋଲି ଡାକିଲେ । ଏବେ କେଭିନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି । କିନ୍ତୁ ତାଙ୍କ ସାମୟିକ ମୃତ୍ୟୁ ପରେ ପୁର୍ନଜୀବିତ ହେବା ପର୍ଯ୍ୟନ୍ତ ତାଙ୍କ ସହ କ’ଣ ଘଟିଥିଲା ସେ କଥା ସମସ୍ତଙ୍କୁ ବଖାଣିଛନ୍ତି,ଯାହାକୁ ଶୁଣି ଡ଼ାକ୍ତରମାନେ ଆଶ୍ଚର୍ଯ୍ୟ । ସେ କହିଛନ୍ତି, ମୋର ମୃତ୍ୟୁ ପରେ ମୁଁ ଆତ୍ମା ସହିତ ଗଲି । ଶରୀରରେ ଆତ୍ମା ଆଦୌ ନ ଥିଲା । ମୁଁ ମୋ ଶରୀରକୁ ଦେଖି ପାରିଲି ନାହିଁ । ସତେ ଯେପରି ମୁଁ ଆଉ କାହା ନିୟନ୍ତ୍ରଣରେ ଥିଲି । କିନ୍ତୁ ଯାହା ଘଟୁଥିଲା ତାହା ଦେଖିପାରୁଥିଲି । ସେଠାରେ ବହୁତ ଶାନ୍ତି ଥିଲା । ତା’ପରେ ହଠାତ୍ ମୁଁ ଅନୁଭବ କଲି ଯେ ମୁଁ ଶୋଇଛି ଏବଂ ମୋ ଦେହରେ ରକ୍ତ ସଂଚାଳନ ବନ୍ଦ ହୋଇଯାଇଛି । ମୁଁ ଅନୁଭବ କରୁଥିଲି ଯେ ମୋର ମରିବାର ସମୟ ନୁହେଁ ।
ତାଙ୍କର ଏହି ଅନୁଭବ ବିଷୟରେ କୌତୁହଳ ହୋଇ ଯେତେବେଳେ ତାଙ୍କୁ ପଚରାଗଲା ଯେ, ସେ କୌଣସି ଉଜ୍ଜ୍ୱଳ ଧଳା ଆଲୋକ ଦେଖିଛନ୍ତି କି? ଏହା ଉତ୍ତରରେ କେଭିନ କହିଛନ୍ତି, ମୁଁ ସେପରି ଆଲୋକ ଦେଖି ନାହିଁ । ଯେତେବେଳେ ମୁଁ ନିଦରୁ ଉଠିଲି, ଡାକ୍ତର ମୋ ସାଥିରେ ଥିଲେ । ଏବେ ସେ ପରିବାର ସହିତ ଅଧିକ ସମୟ ବିତାଇବା ଆରମ୍ଭ କରି ଦେଇଛନ୍ତି, କିଏ ଜାଣେ ଜୀବନ କେବେ ଶେଷ ହୋଇଯିବ ।

Leave A Reply

Your email address will not be published.