ମାଲକାନଗିରି: ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସକୁ ମିଳିଛି ବଡ ସଫଳତା । ୫ ଲକ୍ଷ ଘୋଷିତ ଏକ ମହିଳା ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି ସୁକମା ପୋଲିସ । ଗିରଫ ମହିଳା ନକ୍ସଲ ଜଣକ ହେଲେ ସୋଡି ସାମଡୁ । ସେ ପାମେଡ ଏରିଆ କମିଟିର କମାଣ୍ଡର ରହିଥିଲା ।
ବିଶେଷ ସୂତ୍ରରୁ ଖବର ପାଇ, ଚିନ୍ତାଗୁମ୍ଫା ଥାନା ଅଞ୍ଚଳର ମେନପା,ଏତରାଜପାଡ ଭଳି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିବାକୁ ଜିଲ୍ଲା ପୋଲିସ ଏବଂ ଡିଆରଜି ଯବାନ ଯାଇଥିଲେ । ଏହି ସମୟରେ ମହିଳା ଜଣଙ୍କ ସୁରକ୍ଷାକର୍ମୀଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିଥିବାବେଳେ ତାକୁ ଧରିବାରେ ସଫଳ ହୋଇଥିଲେ ଯବାନ ମାନେ ।
ପରେ ସେ ପାମେଡ ଏରିଆ କମିଟିର କମାଣ୍ଡର ବୋଲି କହିବା ସହ ବହୁ ହିଂସାରେ ଜଡିତ ଥିବା ସ୍ବୀକାର କରିଥିଲା । ପୋଲିସ ମହିଳା ନକ୍ସଲକୁ ପଚରାଉଚରା କରୁଛି ।
Comments are closed.