Latest Odisha News

ରାଜଧାନୀରେ ୩୬ ଗ୍ରାମ ବ୍ରାଉନସୁଗାର ସହ ମହିଳା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସନ୍ତୋଷୀ ବିହାର ଅଞ୍ଚଳରେ କ୍ୱିକ୍ ଆକ୍ସନ ଟିମ (କ୍ୟୁଏଟି) ଏବଂ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢଉରେ ୩୬ ଗ୍ରାମ ବ୍ରାଉନସୁଗାର ରଖିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ।

ଏହି ଘଟଣାରେ ଗିରଫ ମହିଳା ଜଣକ ହେଲେ ରୁକସାନା ବେଗମ୍ (୩୪) ଓରଫ ଜେମା । ପୋଲିସ ତାଙ୍କଠାରୁ ୨ଟି ମୋବାଇଲ୍ ପୋନ ସହିତ ନଗଦ ୪୧ ହଜାର ୨୫୦ ଟଙ୍କା ଜବତ କରିଛି ।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ, ଗୁରୁବାର ଦିନ ରାତିରେ ହଳଦୀପଦାରେ ଜଣେ ମହିଳାଙ୍କ ଠାରୁ ୧୯.୪୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏହି ଘଟଣାରେ ମଇନା ରାଉତରାଏ (୩୭) ନାମ୍ନୀ ଜଣେ ମହିଳାଙ୍କୁ ପୋଲିସ ଥାନାରେ ଅଟକ ରଖିଛି ।

କିଛିଦିନ ପୂର୍ବରୁ ଅବକାରୀ ବିଭାଗ ପକ୍ଷରୁ ରାଜଧାନୀର ପଟିଆସ୍ଥିତ ବିଗବଜାର ନିକଟରୁ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଜଣେ ବିଟେକ୍ ଛାତ୍ର ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ପୋଲିସ ଗିରଫ କରିଥିଲା । ତା’ପୂର୍ବରୁ ହଳଦୀପଦାର ଚିନ୍ତାମଣୀଶ୍ୱର ନିକଟରେ ପୋଲିସ ୩୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା ।

Leave A Reply

Your email address will not be published.