Latest Odisha News

BREAKING NEWS

ଋଷି କୁମାର ଶୁକ୍ଳା ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ଡ଼ିଜିପି ଋଷି କୁମାର ଶୁକ୍ଳା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ।

ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ୧୯୮୪ ମସିହା ବ୍ୟାଚ୍ ର ଆଇପିଏସ ଅଧିକାରୀ ଆସନ୍ତା ୨ ବର୍ଷ ଲାଗି ନିଯୁକ୍ତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଋଷି କୁମାର ଶୁକ୍ଳାଙ୍କୁ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଗି ୩୦ ଜଣ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ତାଲିକାରେ ଅନ୍ତଭୃକ୍ତ ରହିଥିଲା । ଏହି କମିଟିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ରହିଥିଲେ ।

କାମଚଳା ସିବିଆଇ ମୁଖ୍ୟ ଏମ ନାଗେଶ୍ୱର ରାଓଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିବେ ଶ୍ରୀ ଶୁକ୍ଳା । ଆଲୋକ ବର୍ମାଙ୍କୁ ଏହି ପଦରୁ ହଟାଯିବା ପରେ ଗତମାସରୁ ଏହି ପଦରେ ଏମ ନାଗେଶ୍ୱର ରାଓ କାମଚଳା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ବର୍ମାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ର ଏହି ନିର୍ଦ୍ଦେଶକ ପଦବୀରୁ ହଟାଯିବା ପରେ ଜାନୁଆରୀ ୧୦ ତାରିଖଠାରୁ ଏହା ଖାଲି ପଡ଼ିଥିଲା ।

Leave A Reply

Your email address will not be published.