Latest Odisha News

BREAKING NEWS

ବେଳାଭୂମିରେ ଲାଇଫଗାର୍ଡଙ୍କୁ ଚପଲରେ ସେକିଲେ ମହିଳା

ପୁରୀ: ପୁରୀ ବେଳାଭୂମିରେ ଲାଇଫ ଗାର୍ଡଙ୍କୁ ପର୍ଯ୍ୟଟକ ଆକ୍ରମଣ କରିଛନ୍ତି । ସମୁଦ୍ର କୂଳ ସେକ୍ଟର ନଂ ୪ରେ ଘଟିଛି ଏଭଳି ଘଟଣା । ସମୁଦ୍ର ସ୍ନାନ ପାଇଁ କଟକଣା ଲଗାଯାଇଥିବା ବେଳେ ଏହାକୁ ବାରଣ କରିବାରୁ ପର୍ଯ୍ୟଟକ ଦମ୍ପତି ଲାଇଫ ଗାର୍ଡଙ୍କୁ ଚପଲରେ କରିଛନ୍ତି ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି ।

ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ପ୍ରଶାସନ ପକ୍ଷରୁ ତିନି ଦିନ ପାଇଁ ସମୁଦ୍ର ସ୍ନାନ ଉପରେ ଲଗାଯାଇଛି କଟକଣା । ଜିରୋ ଡ୍ରାଉନିଙ୍ଗକୁ ଦୃଷ୍ଟିରେ ରଖି ୨୭, ୨୮, ୨୯ ତିନି ଦିନ ଧରି ଏହି କଟକଣା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । କିନ୍ତୁ ଅମାନିଆ ପର୍ଯ୍ୟଟକଙ୍କୁ ଏହି ସମୟରେ ବିଚ୍ ରେ ଗୋଧାଇବାକୁ ମନା କଲାରୁ ଲାଇଫଗାର୍ଡଙ୍କୁ ଆକ୍ରମଣ କରିଥିଲେ ପର୍ଯ୍ୟଟକ ଦମ୍ପତି ।

ଏଭଳି ଆକ୍ରମଣ ଓ ଲାଇଫଗାର୍ଡଙ୍କ ପ୍ରତି ଦୁର୍ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି ।

Comments are closed.