Latest Odisha News

ପଣ୍ଡିତ ଯଶରାଜ: ଅନ୍ତରୀକ୍ଷରୁ ମହାଦ୍ୱୀପ ପର୍ଯ୍ୟନ୍ତ ଯଶ ରଖି ଦେଇ ଯାଇଛନ୍ତି

ନୂଆଦିଲ୍ଲୀ:ସ୍ୱର ସମ୍ରାଟ ପଣ୍ଡିତ ଯଶରାଜଙ୍କ ଆଜି ପରଲୋକ ହୋଇଯାଇଛି । ଅବଶ୍ୟ ସେ ମୃତ୍ୟୁବରଣ କରିବା ପୂର୍ବରୁ ଅନ୍ତରୀକ୍ଷରେ ଆଗୁଆ ନିଜ ନାମ ଲିପିବଦ୍ଧ କରି ସାରିଛନ୍ତି । ଆସନ୍ତୁ ଜାଣିବା ଯଶରାଜଙ୍କ ଯଶ କଥା ।
୧.ପଣ୍ଡିତ ଯଶରାଜଙ୍କ ୪ ପିଢ଼ୀ ଶାସ୍ତ୍ରୀୟ ସଙ୍ଗୀତରେ ପାରଙ୍ଗମ ଥିଲେ ।
୨. ଯଶରଙ୍ଗୀ ଯୁଗଳବନ୍ଦୀର ରଚନା ସେ ନିଜେ କରିଥିଲେ । ଏଥିରେ ମହିଳା ଓ ପୁରୁଷ ଅଲଗା ଅଲଗା ରାଗରେ ଏକତ୍ର ଗାନ କରପାରିବେ ।
୩.ଶ୍ରୀ ବଲ୍ଲାଭାଚାର୍ଯ୍ୟଙ୍କ ରଚିତ ଭଗବାନ ଶ୍ରୀକୃଷ୍ଣଙ୍କ ବନ୍ଦନା ମଧୁରାଷ୍ଟକମ୍ ତାଙ୍କର ପ୍ରିୟ ସ୍ତୁତି ଥିଲା । ସେ ଏହାକୁୂ ଗାନ କରିବା ପରେ ଘରେ ଘରେ ପରିଚିତ ହୋଇ ଯାଇଥିଲେ ।

୪.ଯଶରାଜଙ୍କୁ ଆମେରିକା ସ୍ୱତନ୍ତ୍ର ସମ୍ମାନରେ ସମ୍ମାନୀତ କରିଥିଲା । ୧୩ ବର୍ଷ ତଳେ ନାସା ଓ ଇଂଟରନ୍ୟାଶନାଲ ଏଷ୍ଟ୍ରୋନୋମିକାଲ ୟୁନିୟନ ଏକ ଗ୍ରହ ଆବିଷ୍କାର କରିଥିଲେ । ଏହି ଗ୍ରହର ନାମ ଯଶରାଗଙ୍କ ନାମ ଅନୁସାରେ ରଖା ଯାଇଥିଲା । ଯଶରାଜଙ୍କ ଜନ୍ମତିଥି ୨୮:୦୧:୧୯୩୦କୁ ଓଲଟାଇ ଗ୍ରହର ନାମ ୩୦୦୧୨୮ ରଖା ଯାଇଥିଲା ।
୫. ପ୍ରଥମ ଭାରତୀୟ ଭାବେ ଆଟାଂର୍କାଟିକାରେ ସଙ୍ଗୀତ ପରିବେଷଣ କରିଛନ୍ତି ।
୬. ୭ ମହାଦ୍ୱୀପରେ ମଧ୍ୟ ସଙ୍ଗୀତର କମାଲ ଦେଖାଇଛନ୍ତି ।

Leave A Reply

Your email address will not be published.