Latest Odisha News

BREAKING NEWS

ଗୀତ ଗାଇ ଧମାଲ୍ କଲେ ଏସପି ସାରା ଶର୍ମା, ଦେଖନ୍ତୁ ଭିଡିଓ

 

ପାରଳାଖେମୁଣ୍ଡି : ଗଜପତି ଏସପି ସାରା ଶର୍ମା ମହିଳା ସଶକ୍ତିକରଣ ଉପରେ ଏକ ଚମତ୍କାର ଗୀତ ଗାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।

ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଦିନ ଏସପି କହିଛନ୍ତି, ମହିଳା ତଥା ନାରୀମାନଙ୍କର ସୁରକ୍ଷା ଏବଂ ନିରାପତ୍ତା ସମ୍ପର୍କରେ ସଚେତନତା ପ୍ରଦାନ ଲାଗି ସେ ଏହି ଗୀତ ଗାଇଛନ୍ତି । ଉକ୍ତ ଗୀତରେ ମହିଳା ସୁରକ୍ଷା ବାର୍ତ୍ତା ମଧ୍ୟ ଦିଆଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ‘ସି ଟିମ୍’ ମହିଳା ଓ ନାବାଳିକାଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ଗଜପତି ଜିଲ୍ଲାରେ ଗଠିତ ହେବ । ଜୁନ୍ ୨୮ ତାରିଖରେ ଏହି ପାଇଲଟ୍ ପ୍ରୋଜେକ୍ଟ ଗଜପତିରେ ଲଞ୍ଚ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.