Latest Odisha News

BREAKING NEWS

ମର୍କେଟ ବିଲ୍ଡିଂରେ ମହିଳା ଚୋର, ଗ୍ରାହକଙ୍କ ପର୍ସ ଚୋରି କରି ଫେରାର

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ମହିଳା ଚୋର । ମହିଳା ଜଣକ ଗ୍ରାହକଙ୍କ ପର୍ସ ଚୋରି କରିବା ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ରବିବାର ଦିନ ଗ୍ରାହକଙ୍କ ପର୍ସ ଚୋରି କରି ମହିଳା ଚୋର ଜଣକ ଫେରାର ହୋଇଯାଇଥିଲେ । ଗୋଟିଏ ଦିନରୁ ୧୦ରୁ ଅଧିକ ଦୋକାନରେ ମହିଳା ଜଣକ ଚୋରି କରିଥିବା ଜଣାପଡିଛି ।

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ମାର୍କେଟ ବିଲ୍ଡିଂରେ ଜଣେ ମହିଳା ଭଲ ପୋଷକା ପିନ୍ଧି ଏକ ପ୍ଲାଷ୍ଟିକ ଦୋକନକୁ ଆସିଥିଲେ । ଏହି ସମୟ ଅନ୍ୟ ଗ୍ରାହକ ମାନେ ମଧ୍ୟ ଦୋକାନରେ ଥିଲେ । ହେଲେ ଏହି ସମୟରେ ସେହି ମହିଳା ଚୋର ଜଣକ ସୁଯୋଗ ଦେଖି ଅନ୍ୟ ଜଣେ ମହିଳାଙ୍କ ପର୍ସ ଚୋରି କରି ଫେରାର ହୋଇଯାଇଥିଲେ । ତେବେ ଏହି ଚୋରିର ଲାଇଭ ଭିଜୁଆଲ ସିସିଟିଭିରେ କଏଦ୍ ହୋଇଛି । ସିସିଟିଭି ଫୁଟଜେ ଆଧାରରେ ଚୋରକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.