Latest Odisha News

ଦୁବାଇ ମରୁଭୂମିରେ ଫସିଲେ ମହିଳା, ଓଟ ପଠାଇଲା ଉବେର

ଦୁବାଇ: ଦୁବାଇରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ମରୁଭୂମିରେ ଫସି ରହିଥିବା ଦୁଇଜଣ ମହିଳା କ୍ୟାବ ସର୍ଭିସ ଆପରେ କାର କିମ୍ବା ବାଇକ ନୁହେଁ ଓଟ ଚୟନ କରିଥିଲେ।

ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏକ ଭିଡିଓ ଅନୁଯାୟୀ, ଦୁବାଇ-ହାଟା ରୋଡରେ ଥିବା ଅଲ ବାଦାୟରର ମଧ୍ଯ ମରୁଭୂମିରେ ଦୁଇଜଣ ମହିଳା ଫସି ଯାଇଥିବା ବେଳେ ସାହାଯ୍ୟ ପାଇଁ ମୋବାଇଲରେ ଏକ କ୍ୟାବ ସର୍ଭିସ ଆପ୍ ଖୋଲି ଓଟ ବୁକ୍ କରିଥିଲେ। କିଛି ସମୟ ପରେ ଜଣେ ଯୁବକ ଓଟ ଆଣି ସେମାନଙ୍କ ପାଖରେ ପହଞ୍ଚିଥିଲେ। ଯାହାକୁ ନେଇ ଏକ ଭିଡିଓ ମଧ୍ଯ ଭାଇରାଲ ହୋଇଛି।

ଏହି ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବା ପରଠାରୁ ତିରିଶ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ତେବେ କିଛି ୟୁଜର୍ସ କହିଛନ୍ତି ଯେ କେବଳ ଦୁବାଇରେ ହିଁ ଓଟ ବୁକ୍ କରାଯାଇପାରିବ। ଅନ୍ୟ ଜଣେ ଲେଖିଛନ୍ତି କଣ ଟିପରେ ଖଜୁରି ନିଅନ୍ତି କି? ସେହିପରି ଆଉ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ଯେ ଏହି ସବୁ ଆଶ୍ଚର୍ଯ୍ୟଜନକ ଘଟଣା ପାଇଁ ମୁଁ ଦୁବାଇକୁ ଭଲ ପାଏ।

 

Leave A Reply

Your email address will not be published.