Latest Odisha News

BREAKING NEWS

ମୟୁରଭଞ୍ଜରେ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ଅଟକ

ବାରିପଦା: ବାରିପଦାରେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅଧ୍ୟାପିକା ପରବର୍ତ୍ତୀ ସମୟରେ ଆତ୍ମହତ୍ୟା କରିବା ଘଟଣାରେ ରବିବାର ଦିନ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଅଟକ ରଖିଛି।

ପୋଲିସର ସୂଚନାନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କଲେଜର ଛାତ୍ରାବାସରେ ରହୁଥିବା ରୁକ୍ମଣୀ ମୁଣ୍ଡା ନାମକ ଜଣେ ଅଧ୍ୟାପିକା ଶନିବାର ଦିନ ନିଜ କୋଠରୀରେ ଥିବା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ ।

ସେ ଉକ୍ତ କଲେଜରେ କଣ୍ଟ୍ରାକଚ୍ରୁାଲ୍ ଭାବେ ପଦାର୍ଥ ବିଜ୍ଞାନ ପଢାଉଥିଲେ ।

Comments are closed.