Latest Odisha News

BREAKING NEWS

ଟ୍ରାଫିକ ନିୟମ ଭାଙ୍ଗି ୬ ହଜାର ଟଙ୍କା ତଣ୍ଡ ଗଣିଲେ ନାବାଳକ

କଟକ: ନୂଆ ମୋଟର ଯାନ ଆଇନ ୨୦୧୯ ଆଧାରରେ ଆଜିଠାରୁ ପୁଣିଥରେ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ ହେଉଛି । ତେବେ କଟକ ସହରରେ ରବିବାର ଅପରାହ୍ନ ସୁଦ୍ଧା ବିନା ହେଲମେଟରେ ଗାଡି ଚଳାଉଥିବା ପାଖାପାଖି ୪୦ ଜଣଙ୍କର ଚାଲାଣ କଟାଯାଇଥିବା ସୂଚନା ମିଳିଛି ।

ତେବେ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ଗାଡି ଚାଳକଠାରୁ ସର୍ବାଧିକ ୬ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି । ନାବାଳକ ଜଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିବା ବେଳେ ସେ ବିନା ହେଲମେଟରେ ମୋବାଇଲରେ କଥା ହୋଇ ଗାଡି ଚଳାଉଥିବା ଜଣା ପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଖାନନଗରଠାରେ ଟ୍ରାଫିକ ନିୟମ ଉଲଂଘନ କରିଥିବାରୁ ସୁରେନ୍ଦ୍ରନାଥ ସାହୁ ଓ ତାଙ୍କ ପୁଅଙ୍କ ଠାରୁ ଏହି ଜୋରିମାନା ଆଦାୟ କରାଯାଇଛି।

ବାଦାମବାଡ଼ି, ଲିଙ୍କରୋଡ଼, ମଧୂପଟଣା ଓ ମାଲଗୋଦାମ ପ୍ରଭୃତି ଅଞ୍ଚଳରେ ମଧ୍ୟ ଯାଞ୍ଚ ଜାରି ରହିଛି ।

Leave A Reply

Your email address will not be published.