Latest Odisha News

BREAKING NEWS

ମା’ ନା ରାକ୍ଷସୀ; ସନ୍ତାନକୁ ବାରମ୍ବାର ରୋଗ ହେବାରୁ ତଣ୍ଟିଚିପି ଫେପାଡ଼ିଦେଲା ମା’

ଅହମ୍ମଦାବାଦ : ମା’ ଏମିତି ଏକ ଶବ୍ଦ, ଯାହା ଦୁନିଆର ସବୁଠାରୁ ଅତି ଆପଣାର । ପିଲାର ଖୁସି ପାଇଁ ଯିଏ ନିଜକୁ ଜଳାଞ୍ଜଳି ଦେଇପାରେ ସେ ହେଉଛି ମା’ । ହେଲେ ଏହି ମା’ କେବେ କ’ଣ କୌଣସି ପିଲା ପାଇଁ ରାକ୍ଷସୀ ସାଜିପାରେ ।କିନ୍ତୁ ଅହମଦାବାଦରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି ଯାହା ଆପଣ ଜାଣିଲେ ସ୍ତବ୍ଧ ହୋଇଯିବେ । ୩ ମାସର ପିଲାକୁ ହସପିଟାଲର ତୃତୀୟ ମହଲାରୁ ଫିଙ୍ଗିଦେଇଛି ଜଣେ ମା’ । ଆଉ ସେହି ମହିଳାଙ୍କୁ ଏଭଳି ଜଘନ୍ୟ କାଣ୍ଡ ପାଇଁ ପୋଲିସ ଗିରଫ କରିଛି ।

ସୂଚନା ଅନୁଯାୟୀ, ଫରଜାନାବାନୁ ଅହମଦାବାଦର ଆନନ୍ଦ ଜିଲ୍ଲାର ଉତ୍ତରାସଣ୍ଡାର ଏକ ହସପିଟାଲରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ପିଲାଟି ଜନ୍ମ ପରେ ୧୫ ଦିନ ପାଇଁ ବଡୋଦରାର ଏକ ସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିଲେ। ପୁଣି ତା’ ପରେ ୧୪ ଡିସେମ୍ବରରେ ପିଲାର ପେଟ ବଢୁଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ତେବେ ସେଠାରେ ଜଣେ ଡାକ୍ତରଙ୍କୁ ଦେଖାଇବା ପରେ ସେ ଅହମଦାବାଦର ସରକାରୀ ହସପିଟାଲରେ ଭର୍ତ୍ତି ହୋଇଥିଲେ ।ରବିବାର ଦିନ ସକାଳେ ପିଲାର ମା’ ଶିଶୁଟି ନିଖୋଜ ହେବା ନେଇ ପରିବାର ଲୋକଙ୍କୁ କହିଥିଲେ । ମହିଳାଙ୍କ ସ୍ୱାମୀ ଆସିଫ ମିୟା ଶେଖ ହସପିଟାଲରେ ବହୁ ଖୋଜା ଖୋଜି କରିବା ପରେ ପୋଲିସକୁ ଖବର ଦେଇଥିଲେ । କିନ୍ତୁ କିଛି ସମୟ ପରେ ହସ୍ପିଟାଲର କର୍ମଚାରୀ ମାନେ ପିଲାଟିର ମୃତ ଦେହ ଖୋଜି ପାଇଥିଲେ ।

ଏହି ଘଟଣା କିପରି ଘଟିଲା ଶିଶୁଟିର ମୃତ୍ୟୁ କିପରି ହେଲା ପରେ ମୃତ ପିଲାର ବାପା ହସପିଟାଲର ସିସିଟିଭ ଫୁଟେଜ ଯାଞ୍ଚ କରିଥିଲେ । ଆଉ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା ଯେ ତାଙ୍କ ସ୍ତ୍ରୀ ସନ୍ତାନକୁ ଧରି ଓ୍ୱାର୍ଡ ବାହାରକୁ ଯାଇଥିଲେ ଆଉ ଏକ ଖୁମ୍ବ ପାଖରେ ଛିଡ଼ା ହୋଇ ପିଲାକୁ ଫିଙ୍ଗିବା ପରେ ଖାଲି ହାତରେ ଓ୍ୱାର୍ଡକୁ ଫେରିଥିଲେ । ତେବେ ଏହି ମାମଲାରେ ପୋଲିସ ମହିଳାଙ୍କୁ ଗିରଫ କରିବା ପରେ ସେ ସବୁ ସତ ମାନିଯାଇଥିଲେ । ମହିଳା ଜଣକ କହିଥିଲେ, ଯେ ପିଲାର ରୋଗ ଯୋଗୁଁ ସେ ବିରକ୍ତି ହୋଇଯାଇଥିଲେ । ଯେଉଁଥି ପାଇଁ ଏମିତି ପଦକ୍ଷେପ ନେଇଥିଲେ ।

 

Leave A Reply

Your email address will not be published.