Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଆତ୍ମହତ୍ୟା ପନ୍ଥା ବାଛିଥିଲେ ଯୁବତୀ, ଦେବଦୂତ ସାଜିଲେ ସିଆଇଏସ୍‌ଏଫ୍ କର୍ମୀ

ଯୁବତୀ ଜଣକ ଛାତରୁ ଡେଇଁଥିଲେ ସତ ହେଲେ ଜଣେ ସିଆଇଏସ୍‌ଏଫ୍ କର୍ମୀଙ୍କ ଉପସ୍ଥିତି ବୁଦ୍ଧି ତାଙ୍କ ଜୀବନ ବଂଚାଇଦେଇଥିଲା

ଭୁବନେଶ୍ୱର: ଆଜି ସକାଳୁସକାଳୁ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏପରିକି ଆଂଶିକ ସଫଳ ମଧ୍ୟ ହୋଇଥିଲେ । ହେଲେ ବୋଧ ହୁଏ ସେହି ଯୁବତୀଙ୍କ ପାଇଁ ଦଇବ କିଛି ଭିନ୍ନ ଚିନ୍ତା କରିଥିଲା । ଯୁବତୀ ଜଣକ ଛାତରୁ ଡେଇଁଥିଲେ ସତ ହେଲେ ଜଣେ ସିଆଇଏସ୍‌ଏଫ୍ କର୍ମୀଙ୍କ ଉପସ୍ଥିତି ବୁଦ୍ଧି ତାଙ୍କ ଜୀବନ ବଂଚାଇଦେଇଥିଲା ।

ନୂଆଦିଲ୍ଲୀ ଅକ୍ଷରଧାମ୍ ମେଟ୍ରୋ ଷ୍ଟେସନ୍ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଘଟଣା । ଜଣେ ୨୫ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିବା ଲାଗି ଏକ ଉଚ୍ଚା ବିଲ୍ଡିଂ ଉପରେ ଚଢିଯାଇଥିଲେ । ହେଲେ ଯୁବତୀଙ୍କ ଉପରେ ଜଣେ ସିଆଇଏସ୍‌ଫ୍ କର୍ମୀଙ୍କ ନଜର ପଡିଥିଲା । ଫଳରେ ଯୁବତୀଙ୍କୁ ଆତ୍ମହତ୍ୟା ନକରିବା ଲାଗି ସିଆଇଏସ୍‌ଏଫ୍ କର୍ମୀଙ୍କ ସମେତ ଅନ୍ୟ ବ୍ୟକ୍ତିମାନେ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ।

ତେବେ ଯୁବତୀ ଜଣକ କିନ୍ତୁ କାହାରି କଥା ଶୁଣିନଥିଲେ । ବରଂ ଆତ୍ମହତ୍ୟା କରିବା ନେଇ ସେ ଏକ ପ୍ରକାର ନିଶ୍ଚିତ କରିଥିଲେ । ଅନ୍ୟ ଉପାୟ ନପାଇ ମେଟ୍ରୋ ଷ୍ଟେସନ୍‌ର ଏକାଧିକ କର୍ମଚାରୀ ସ୍ଥାନୀୟ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ପରେ ସମସ୍ତେ ମିଳିତ ଭାବେ ଏକ ବ୍ଲାଙ୍କେଟ୍ ଧରି ତଳେ ଜଗି ରହିଥିଲେ । ବାରମ୍ବାର ନେହୁରା ହୋଇଥିଲେ ବି ଯୁବତୀ ଜଣକ କିନ୍ତୁ କାହାରି କଥା ନଶୁଣି ତଳକୁ ଡେଇଁ ପଡିଥିଲେ । ହେଲେ ତଳେ ଜଗି ରହିଥିବା ବ୍ୟକ୍ତିମାନେ ଏକ ସାମାନ୍ୟ କମ୍ବଳ ଜରିଆରେ ଯୁବତୀଙ୍କୁ ଧରିବାରେ ସଫଳ ହୋଇଥିଲେ ।

ଯୁବତୀଙ୍କ ଆମ୍ବୁଲାନ୍ସ ଯୋଗେ ଲାଲ୍ ବାହାଦୁର ଶାସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁଯାୟୀ ସେ ବେହୋସ୍ ଥିଲାବେଳେ ତାଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଥିବା ସୂଚନା ରହିଛି ।

Leave A Reply

Your email address will not be published.