Latest Odisha News

BREAKING NEWS

ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ପାଇବେ ଶାନ୍ତନୁ ସମ୍ମାନ

ଭୁବନେଶ୍ୱର : ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ମିଳିବ ଶାନ୍ତନୁ ସମ୍ମାନ ।୨୦୨୧ ଶାନ୍ତନୁ ସମ୍ମାନ ପାଇଁ ତାଙ୍କୁ ଚୟନ କରାଯାଇଛି । ଆସନ୍ତା୨୨ ରେ ବିଶିଷ୍ଠ ସଙ୍ଗୀତଜ୍ଞ ତଥା ସଙ୍ଗୀତ ନିର୍ଦ୍ଦେଶକ ଡକ୍ଟର ଶାନ୍ତନୁ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ରବୀନ୍ଦ୍ର ମଣ୍ଡପରେ ଏହି ପୁରସ୍କାର ପ୍ରଦାନ କରାଯିବ । ଶାନ୍ତନୁଙ୍କ ସ୍ମୃତିକୁ ଉଦଜୀବିତ ରଖିବା ଓ ଓଡ଼ିଶାର ଯୁବପିଢ଼ିଙ୍କୁ ପ୍ରେରଣା ଦେବା ପାଇଁ ଶାନ୍ତନୁ ମହାପାତ୍ର ଫାଉଣ୍ଡେସନ ଏହି ପ୍ରୟାସ ଆରମ୍ଭ କରିଛି ।

ପ୍ରତିବର୍ଷ ଶାନ୍ତନୁ ଜୟନ୍ତୀ ପାଳନ ହେବା ସହ କଳାକାର, ସମାଜସେବୀ, ବିଭିର୍ନ୍ନ ବର୍ଗର ସଫଳ ବ୍ୟକ୍ତି ବିଶେଷ ମାନଙ୍କୁ ପୁରସ୍କୃତ କରାଯିବ ।ଆଗାମୀଦିନରେ ଓଡ଼ିଆ ସଙ୍ଗୀତ ଓ ଓଡ଼ିଆ କଳାକାର ମାନଙ୍କ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯିବ । ଏହି ଦିନ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଏମ.ଜି.ଏମ. ଆର. ଏଲ ଉତ୍କର୍ଷ ସମ୍ମାନ ୨୦୨୧ରେ ସମ୍ମାନିତ କରାଯିବ।

Leave A Reply

Your email address will not be published.