Latest Odisha News

BREAKING NEWS

ବିଦ୍ୟୁତ ତାର ନେଇଥିଲା ଜୀବନ ,ଷଡଯନ୍ତ୍ର ରଚିଥିଲେ ଭାଇ

କୋରାପୁଟ : ବହୁଚର୍ଚ୍ଚିତ କୋରାପୁଟ ଜିଲ୍ଲା ବୋରିଗୁମା ଚିଲିଗୁଡା କାଜୁ ବାଡରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । ଯୁବତୀଙ୍କ ସହ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା ଯାଇଥିବା ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଶେଷରେ ଏହି ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି ତଦନ୍ତକାରୀ ବୋରିଗୁମ୍ମା ପୋଲିସ ।

ଜାଣି ଚକିତ ହେବେଯୁବତୀଙ୍କ ସହ କୌଣସି ପ୍ରକାର ଦୁଷ୍କର୍ମ ହୋଇନଥିଲା । ବରଂ ବାରାହା ଶିକାର ପାଇଁ ବିଛ।ଯ।ଇଥିବା ବିଦ୍ୟୁତ ତାର ସସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିଲା । ଖାସ ପୋଲିସକୁ ଚକମା ଦେବାକୁ ଯ।ଇ ଶିକାରୀମାନେ ମୃତଦେହ ସହ ଦୁଷ୍କର୍ମ କରିବା ପରେ ସେଥିରେ ନିଆଁ ଲଗାଇଦେଇଥିଲେ । ଏହି ମାମଲାରେ ୮ ଅଭିୁକ୍ତଙ୍କ ମଧ୍ୟରେ ୪ ଜଣ ଗିରଫ ହୋଇଥିଲାବେଳେ ଫେରାର ଅନ୍ୟ ୪ଜଣଙ୍କୁ ଗିରଫ କରିବା ଲାଗି ପୋଲିସ ତନାଘନା ଚଳାଇଛି ।

ଗିରଫ ଅଭିୁକ୍ତଙ୍କ ମଧ୍ୟରେ ମୃତ ଯୁବତୀଙ୍କର ଦୁଇ ଭାଇ ଥିବା ଘଟଣା ଅନେକଙ୍କୁ ଚକିତ କରିଛି । ପୋଲିସ ରିପୋର୍ଟ ତଥା ଅଭିୁକ୍ତଙ୍କ ବୟାନ ଅନୁଯାୟୀ ଗତମାସ ୩୦ ତାରିଖରେ ଶୁଭଦ୍ରା ନିଜ ପ୍ରେମିକକୁ ଭେଟିବା ଲାଗି କାଜୁ ବାଡକୁ ଯାଇଥିଲେ । ହେଲେ ସେଠାରେ ବିଦ୍ୟୁତ ତାର ସଂସ୍ପର୍ଷରେ ତାଙ୍କର ମୃତ୍ୟୁ ଘଟିବା ପରେ ଚଳିତମାସ ୨ ତାରିଖରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

Leave A Reply

Your email address will not be published.