Latest Odisha News

BREAKING NEWS

ରାଜ୍ୟରେ ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ । ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେହିପରି ୬ ଜଣ ଓମିକ୍ରନ ସଂକ୍ରମିତ ହେଉଛନ୍ତି ବିଦେଶ ଫେରନ୍ତା । ସେମାନଙ୍କ ମଧ୍ୟରୁ ୩ ଜଣ ଦକ୍ଷିଣ ଆଫ୍ରିକା ଫେରିଥିବା ବେଳେ, ନରୱେ, କତାର ଓ ସିଙ୍ଗାପୁରରୁ ଜଣେ ଲେଖାଏଁ ଫେରିଥିଲେ । ଏନେଇ ସୂଚନା ଦେଇଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଲାଇଫ ସାଇନ୍ସେସ୍ (ଆଇଏଲ୍‌ଏସ୍‌) । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି ।

ବର୍ତ୍ତମାନ ସୁଦ୍ଧା ୫ ଜଣ ଓମିକ୍ରନରୁ ସୁସ୍ଥ ହୋଇ ସାରିଲେଣି । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୬୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଏହା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଟିକାକରଣରେ ଆଉ ଏକ ରେକର୍ଡ କରିଛି ରାଜ୍ୟ । ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ୩ କୋଟି ଟପିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି ।

Leave A Reply

Your email address will not be published.