Latest Odisha News

BREAKING NEWS

ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର: ମଙ୍ଗଳବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଅନ୍ତର୍ଗତ ଡେଢେଲ ଗାଁ ନିକଟ ଜଙ୍ଗଲରୁ ଏହି ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଥୁଲଣିକାନି ଗ୍ରାମର ୫୫ ବର୍ଷୀୟ ରତନୀ ରଣା। ସୋମବାରଠୁ ସେ ଘରୁ ନିଖୋଜ ହୋଇଯାଇଥିଲେ। ସଂଧ୍ୟା ଯାଏ ସେ ଘରକୁ ଫେରିନଥିଲେ। ହେଲେ ମଙ୍ଗଳବାର ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ରତନୀଙ୍କୁ ଶୁଣିବାରେ ସମସ୍ୟା ଥିଲା। ସୋମବାର ଦିନ ସେ ହଠାତ୍ ନିଖୋଜ ହୋଇଯାଇଥିଲେ ଏହା ପରେ ତାଙ୍କ ସ୍ୱାମୀ ରସିକ ରଣା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ଖୋଜାଖୋଜି କରିଥିଲେ। ସନ୍ଧ୍ୟାରେ ସେମାନଙ୍କୁ ଘରକୁ ଫେରିବାକୁ ପଡ଼ିଥିଲା। ସେମାନେ ଆଜି ସକାଳୁ ପୁଣି ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ଦେଢେଲ ଗାଁ ନିକଟ ଜଙ୍ଗଲରେ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ପାଇଥିଲେ।

ମୃତଦେହଟି ଚିହ୍ନିବା ବାହାରେ ଥିଲେ ମଧ୍ୟ ପାଖରେ ପଡ଼ିଥିବା ଲୁଗାପଟାରୁ ପରିବାର ଲୋକେ ତାକୁ ଚିହ୍ନି ପାରିଥିଲେ। ମୃତ ମହିଳାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିବା ବେଳେ ପୁଲିସ ଖୁବ୍ ଶୀଘ୍ର ଘଟଣାର ପର୍ଦ୍ଦାଫାଶ କରିବ ବୋଲି କହିଛି।

ସୋମବାର ସନ୍ଧ୍ୟା ଯାଏ ଆମେ ସବୁ ସ୍ଥାନରେ ଖୋଜାଖୋଜି କରିଥିଲୁ। ଆଜି ତା’ର ଅର୍ଦ୍ଧଦଗ୍ଧ ମୃତଦେହ ଜଙ୍ଗଲରୁ ମିଳିଲା ବୋଲି ରସିକା କହିଛନ୍ତି। ତେବେ କାହିଁକି ତାଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଛି ସେନେଇ ସେ କିଛି ଜାଣି ପାରିନଥିଲେ।

ଖବର ପାଇ ସଇଁନ୍ତଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରେ ଟିଟିଲାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଅଙ୍କିତା କୁମ୍ଭାର, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 

Leave A Reply

Your email address will not be published.