Latest Odisha News

BREAKING NEWS

ଛତୁ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା

ମୋହନା: ଦିନ ଥିଲା ଗାଁର ମହିଳାମାନେ ଆର୍ଥିକ ଅନଟନ ସହ ଗତି କରିବା ସହ କୁଲି ମଜୁରୀ ଖଟି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏବେ ଗାଁ ର ମହିଳାମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ରାହା ଯୋଗାଇଛି ଛତୁ ଚାଷ । ନିଜ ପରିବାର ଚଳାଇବା ସହିତ ଜୀବିକା ନିର୍ବାହ ପାଇଁ ନିଜେ ସ୍ବାବଲମ୍ବୀ ହୋଇ ପାରିଛନ୍ତି ମହିଳା।

ଗଜପତି ଜିଲ୍ଲା ମୋହନା ବ୍ଲକ ମାଣିକପୁର ଗାଁରେ ଥିବା ମାଁ ମହାଲକ୍ଷ୍ମୀ ସ୍ବୟଂ ସହାୟକା ଗୋଷ୍ଠି ର ୧୦ ଜଣ ମହିଳା ଛତୁ ଫାର୍ମ କରି ଏବେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ଗୃପର ସଦସ୍ୟଙ୍କ ମଧ୍ୟରୁ କିଏ ନଡା କାଟୁଛି ତ କିଏ ନଡାକୁ ପାଣିରେ ଭିଜାଉଛି। ମହିଳାମାନେ ଘରେ ରହି ପରିବାର ଚଳାଇବାରେ ବିଶେଷ ଭାବେ ଅସୁବିଧାରେ ସମ୍ମୁଖିନ ହେଉଥିବାବେଳେ ଏବେ ଏହି ଛତୁ ଫାର୍ମରୁ ମୁଣ୍ଡପିଛା ମାସକୁ ୮ ରୁ ୯ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି। ଅତି କମ ଜାଗାରେ ସବୁଜ ଘର ତିଆରି କରି ଛତୁ ଚାଷ ଦ୍ବାରା ଦିନକୁ ପ୍ରାୟ ୧୦ ରୁ ୧୫ କେଜି ଛତୁ ଉତ୍ପାଦନ କରିବା ସହ ବଜାରରେ ବିକ୍ରି କରି ଭଲ ଦି ପଇସା ପାଇପାରୁଥିବା କହୁଛନ୍ତି ମହିଳାମାନେ।

ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ପାରଳାଖେମୁଣ୍ଡି ଠାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଛତୁ ଚାଷ ତାଲିମ୍ ମିଳିବା ପରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମହିଳାମାନେ ୧ ଲକ୍ଷ୍ୟ ଟଙ୍କା ବ୍ୟାଙ୍କ୍ ରୁ ଋଣ ଆଣିଥିଲେ ସେଥିରେ ୮୦୦୦୦ ହଜାର ଟଙ୍କା ରିହାତି ମିଳିବା ସହ ଉଦ୍ୟାନ ବିଭାଗ ପକ୍ଷରୁ ୩୦୦ ଶଯ୍ୟା ବିଶିଷ୍ଟ ଏହି ସବୁଜ କୋଠରୀ ଯୋଗାଇଯାଇଥିଲା । ଯାହା ଫଳରେ ଏବେ ଗାଁ ର ମହିଳା ଗାଁ ରେ ରହି ଧିଙ୍ଗିରି ଛତୁ ଚାଷ କରି ସ୍ବାବଲମ୍ବୀ ହୋଇ ଖୁସି ଥିବା କହିଛନ୍ତି। ତେବେ ଖରା ଦିନ ଯୋଗୁଁ ଆଗକୁ ପାଳ ଛତୁ କରିବାକୁ ସ୍ଥିର କରିଛନ୍ତି ମହିଳା ମାନେ । ମୋହନା ମିଶନ ଶକ୍ତି ତରଫରୁ ଅଧିକା ଆବଶ୍ୟକ ସହାୟତା କରୁଥିବା ବେଳେ ସରକାର ଯଦି ସହାୟତା ଦେଲେ ଏହାକୁ ବଡ ଧରଣର କରିବାକୁ ଲକ୍ଷ ଥିବା କହିଛନ୍ତି ମିଶନ ଶକ୍ତି ସହାୟିକା।

Comments are closed.