Latest Odisha News

BREAKING NEWS

ବିଜୟ ଶଙ୍କରଙ୍କ ସପକ୍ଷରେ ବାହାରିଲେ ବିଜେଡି ନେତ୍ରୀ, କହିଲେ ‘ଠିକ୍ ବାଟରେ ହେଉଛି ତଦନ୍ତ’

ଜଗତସିଂହପୁର: ପୁରୁଣା ବାନ୍ଧବୀଙ୍କୁ ନେଇ ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜୟଙ୍କ ବିରୋଧରେ ପୋଲିସ କାହିଁକି ପଦକ୍ଷେପ ନେଉ ନାହିଁ ବୋଲି ବିରୋଧୀ ଦଳ ପ୍ରଶ୍ନ କରୁଥିବା ବେଳେ ବିଧାୟକଙ୍କ ସପକ୍ଷରେ ବାହାରିଛି ବିଜେଡି ।

ତିର୍ତ୍ତୋଲ ମହିଳା ବିଜେଡି ପକ୍ଷରୁ ରଘୁନାଥପୁର ମଦନମୋହନ ମଠ ପରିସରରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଯେଉଁଥିରେ ବିରିଡି ବ୍ଲକ ଅଧ୍ୟକ୍ଷା ମମତା ପାତ୍ରଙ୍କ ସହ ୩ଟି ବ୍ଲକର ନିର୍ବାଚିତ ପ୍ରତିନଧି ଓ କର୍ମୀ ଯୋଗ ଦେଇ ବିଧାୟକଙ୍କ ବିରୋଧରେ ଅପପ୍ରଚାର କରାଯାଉଥିବା କହି ନିନ୍ଦା କରିଛନ୍ତି ।

କହିଛନ୍ତି, ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପୋଲିସ କରୁଛି । ବିରୋଧୀ ହୀନ ରାଜନୀତି କରି ବିଧାୟକଙ୍କୁ ବଦନାମ କରୁଛନ୍ତି । ପୋଲିସ ତଦନ୍ତ ଠିକ୍ ବାଟରେ ଚାଲୁଥିବା ବେଳେ ସୋମାଲିକା ଦାଶ ଜନ ସାଧାରଣଙ୍କୁ ମିଥ୍ୟା ଓ ବିଭ୍ରାନ୍ତିକର କଥା କହି ବିଧାୟକଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ।

ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସହିତ ବିରୋଧୀମାନେ ବିଧାୟକ ଓ ଦଳକୁ ବଦନାମ କରିବା କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ତିର୍ତ୍ତୋଲ ମହିଳା ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି ।

Leave A Reply

Your email address will not be published.