Latest Odisha News

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ନୀତୁ

ନୂଆଦିଲ୍ଲୀ: ହରିୟାଣାର ନୀତୁମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୪୮ରୁ ୪୮ କିଗ୍ରା ବିଭାଗରେ ସେ ଚାମ୍ପିୟନ ହୋଇଛନ୍ତି । ଏହା ତାଙ୍କ କ୍ୟାରିୟରର ପ୍ରଥମ ଟାଇଟଲ । ଫାଇନାଲରେ ନୀତୁ ମଙ୍ଗୋଲିଆର ଲୁତ୍ସାଇଖାନଙ୍କୁ ୫-୦ରେ ପରାସ୍ତ କରିଥିଲେ । ଫାଇନାଲ ବେଶ ରୋମାଂଚପୂର୍ଣ୍ଣ ଥିଲା । ଏପରିକି ଦୁଇ ବକ୍ସର ବିଜେତା ହେବା ନେଇ ନିଶ୍ଚିତ ଥିଲେ । ଯେତେବେଳେ ନୀତୁ ବିଜେତା ଘୋଷିତ କରାଗଲା ମଙ୍ଗୋଲିଆ ବକ୍ସର ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ମିନି କ୍ୟୁବା ଭାବେ ପରିଚିତ ନୀତୁ ପ୍ରଥମେ ଭାରତର ମହାନ ବକ୍ସର ମେରୀକମଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ । ୨୦୧୭ ୟୁଥ ବିଶ୍ୱ ଚାମ୍ପିୟନଶିପରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ପରେ ୨୦୧୮ରେ ୟୁଥ ଏସିଆନ ଚାମ୍ପିୟନଶିପରେ ମଧ୍ୟ ସେ କମାଲ କରିଥିଲେ ।

୨୦୨୨ ସୋଫିଆ ବୁଲଗେରିଆ ଷ୍ଟ୍ରେଣ୍ଡଜା କପ ଏବଂ ୨୦୨୩ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କ୍ରମାଗତ ୨ ବର୍ଷ ଧରି ଖରାପ ପ୍ରଦର୍ଶନ କରିବା ପରେ ନୀତୁ ଏକଦା ବକ୍ସିଂରୁ ଓହରିଯିବେ ବୋଲି ନିଷ୍ପତି ନେଇଥିଲେ । ମାତ୍ର ତାଙ୍କ କୋଚ ଏବଂ ପରିବାରବର୍ଗଙ୍କ ପ୍ରେରଣା ଯୋଗୁ ସେ ଖେଳିବା ଜାରୀ ରଖିଲେ ଓ ଏବେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ।

Comments are closed.