Latest Odisha News

୨୦୨୨ରୁ ଏନ୍‌ଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ ମହିଳା

ନୂଆଦିଲ୍ଲୀ: ମେ ୨୦୨୨ ସୁଦ୍ଧା ମହିଳା ପ୍ରତିରକ୍ଷା ପ୍ରାର୍ଥୀଙ୍କୁ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ) ପ୍ରବେଶିକା ପରୀକ୍ଷାରେ ହାଜର ହେବାକୁ ଅନୁମତି ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିବ ବୋଲି କେନ୍ଦ୍ର ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

ମହିଳା ପ୍ରାର୍ଥୀଙ୍କ ଫିଜିକାଲ ଫିଟନେସର ମାନଦଣ୍ଡ ରହିବା ସହ ନିରନ୍ତର ତାଲିମ ନିଶ୍ଚିତ କରିବାକୁ ସୁଚିନ୍ତିତ ଯୋଜନା ଏବଂ ଯତ୍ନଶୀଳ ପ୍ରସ୍ତୁତି ଆବଶ୍ୟକ ବୋଲି ମନ୍ତ୍ରଣାଳୟ କହିଛି।

ମହିଳା ପ୍ରତିରକ୍ଷା ପ୍ରାର୍ଥୀମାନେ ତିନିଟି ପ୍ରତିରକ୍ଷା ସେବାରେ, ଏନଡିଏ ମାଧ୍ୟମରେ ପ୍ରବେଶ ପାଇଁ ବିବେଚିତ ହେବେ। ତେବେ ସବୁ ମହିଳାଙ୍କ ପାଇଁ ଏକ ସମାନ୍ତରାଳ ଶାରୀରିକ ମାନଦଣ୍ଡ ରହିବ ନାହିଁ ଏବଂ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ। ସେହିପରି ମହିଳାଙ୍କ ତାଲିମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

 

Comments are closed.