ଭୁବନେଶ୍ୱର: ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରର ରସୁଲଗଡ଼ ଛକରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଟକାଇବା ପରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଭିଏସଏସ ନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ବାସଭବନକୁ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ରସୁଲଗଡ଼ ଛକ ଦେଇ ଯାଉଥିବା ବେଳେ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଜଣେ ମହିଳାଙ୍କୁ ମଧ୍ୟ ଅଟକାଇ ଦିଆଯାଇଥିଲା। କିନ୍ତୁ କାହିଁକି ୧୦ରୁ ୧୫ ମିନିଟ ପାଇଁ ଟ୍ରାଫିକ୍ ବନ୍ଦ ରହିଥିଲା ବୋଲି ସେ ପୁଲିସକୁ ପଚାରିଥିଲେ। ପୋଲିସ ମଧ୍ୟ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା ଯେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ କୌଣସି ଛକ ଦେଇ ଯାଇଥାଏ ସେତେବେଳେ ଏହା ଏକ ନିୟମିତ ପ୍ରକ୍ରିୟା। ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ମହିଳା ଜଣକ ନିଜ ଗାଡିରୁ ଓହ୍ଲାଇ ଆସିଥିଲେ। ପରେ କାରକେଡ ଆଗକୁ ଆସି ହଙ୍ଗାମା କରିଥିଲେ। ଅନ୍ୟପକ୍ଷରେ ମଞ୍ଚେଶ୍ୱର ପୁଲିସ ତାଙ୍କୁ ଅଟକ ରଖିଛି। ତାଙ୍କୁ ପଚରାଉଚରା କରୁଛି । ମହିଳା ଜଣକ କୌଣସି ରାଜନୈତିକ ଦଳ ସହ ଜଡ଼ିତ ଅଛନ୍ତି ନା ତାଙ୍କର କୌଣସି ଜରୁରୀକାଳୀନ ପରିସ୍ଥିତି ସେହି ସମୟରେ ଥିଲା।
Comments are closed.