Latest Odisha News

BREAKING NEWS

ତେଜୁଛି ଦେବାଶିଷ ଏବଂ ସମ୍ବିତ କଳି, ପୁଣି ଗୋହି ଖୋଳି କଟା ଘା’ର ଚୂନ ମାରିଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର: ବିଜେଡିର ଦୁଇ ନେତା ଦେବାଶିଷ ସାମନ୍ତରାୟ ଓ ସମ୍ବିତ ରାଉତରାୟଙ୍କ ମଧ୍ୟରେ ତେଜୁଛି କଳି। ଗତକାଲି ଦେବାଶିଷଙ୍କ ଏକ ମନ୍ତବ୍ୟର ଜବାବ ଦେଇ ସମ୍ବିତ ପୁଣିଥରେ ଗୋହି ଖୋଳିବା ଆରମ୍ଭ କରିଛନ୍ତି। ଦେବାଶିଷ ସୋମବାର କହିଥିଲେ ଯେ ସେ ସମ୍ବିତଙ୍କୁ କେବେ ବି ନିଜ ରାଜନୈତିକ ସ୍ତର ସହ ସମକକ୍ଷ ଭାବନ୍ତି ନାହିଁ।

ଦେବାଶିଷଙ୍କୁ ଜବାବ ଦେଇ ସମ୍ବିତ କହିଛନ୍ତି, ମୋର ‘ଢୋଲ ଭିତରେ ମୂଶା’ ମନ୍ତବ୍ୟ ତାଙ୍କ ଉଦ୍ଦେଶ୍ୟରେ ନଥିଲା। ସେ କାହିଁକି ପ୍ରତିକ୍ରିୟା ଦେଉଛନ୍ତି ମୁଁ ବୁଝିପାରୁନାହିଁ। ତାଙ୍କୁ କଟକବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି।

ଏହାପରେ ଆଜି ସମ୍ବିତ କହିଛନ୍ତି ଦେବାଶିଷ ନିଜେ କହିଛନ୍ତି କି କାହାକୁ ସନ୍ତୁଷ୍ଟ କରିବା ପାଇଁ କହିଛନ୍ତି ପ୍ରଥମେ କୁହନ୍ତୁ । ଦେବାଶିଷ ସାମନ୍ତରାୟଙ୍କ ଲୋକ ମୋ ବିରୁଦ୍ଧରେ ଖୋଲାଖୋଲି ୨୪ ନିର୍ବାଚନ ରେ ପ୍ରଚାର କଲେ। ମୁଁ ସେ କଥା ମଧ୍ୟ ତାଙ୍କୁ ଜଣାଇଛି।

ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ମୋ ପରିବାରକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ଦେବାଶିଷ ସାମନ୍ତରାୟ ଜାଣି ରଖିବା ଦରକାର ମୋ ପରିବାର ଦାମ ରାଉତଙ୍କ ପରିବାର। ଯିଏ ଲମ୍ବା ସମୟ ଧରି ଓଡ଼ିଶାର ଲୋକଙ୍କ ସେବା କରିଛନ୍ତି । ୨୦୧୯ ରେ ମୁଁ ୭୦ ହଜାର ଭୋଟ ପାଇଥିଲି ଆଉ ୨୦୨୪ ରେ ମୋ ସ୍ତ୍ରୀ ମଧ୍ୟ ସେହି ଭୋଟ ପାଇଛନ୍ତି । ତ ଲୋକେ ଆମକୁ ପ୍ରତ୍ୟାଖ୍ୟାନ କଲେ କେମିତି । ଆଉ ଏ କଥା ଯେଉଁ ଲୋକ କହୁଛନ୍ତି ୨୦୧୯ ରେ ଗୋଡି ମାଟି ଜିତିଥିବା ବେଳେ ସେ ହାରିଲେ କେମିତି । ୨୦୨୪ ରେ ଆପଣଙ୍କୁ କାହିଁକି ଟିକେଟ ମିଳିଲାନି କୁହନ୍ତୁ ଦେବାଶିଷ ସାମନ୍ତରାୟ । ଦଳ ଅନ୍ୟ ଲୋକ ଙ୍କୁ ଟିକେଟ ଦେବା ପରେ ଆପଣଙ୍କୁ ଦାୟିତ୍ବ ଦେଲେ କିନ୍ତୁ ଦଳ ସେଠି ୩ ନମ୍ବର ରେ ରହିଲା କେମିତି ।

ପ୍ରଭାତ ବିଶ୍ୱାଳଙ୍କୁ ବି ଆକ୍ଷେପ କରି କହିଛନ୍ତି ତାହା ମଧ୍ୟ ସମୀଚିନ ନୁହେଁ । ସେ ସ୍ୱାଧୀନ ଭାବେ ଜିତିଛନ୍ତି । କିନ୍ତୁ ଦେବାଶିଷ ବାବୁ ନବୀନ ପଟ୍ଟନାୟକ ଏବଂ ଦଳ ନାଁରେ ବି ଜିତି ପାରିଲେନି।

୨୦୧୯ରେ ଦଳର ସଭାପତି ତାଙ୍କୁ କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀ, ଚୌଦ୍ୱାର ନିର୍ବାଚନ ମଣ୍ଡଳୀରୁ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ଓ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ମୋତେ ଟିକେଟ୍ ଦେଇଥିଲେ। ସେହି ସମୟରେ ତାଙ୍କୁ ଛାଡ଼ି ଦେଲେ ପ୍ରାୟ ସମସ୍ତେ ବିଜୟୀ ହୋଇଥିଲେ। କଟକ-ବାରବାଟୀ ବିଜେଡିର ଦୁର୍ଗ ହୋଇଥିଲେ ମଧ୍ୟ ସେ କାହିଁକି ହାରିଲେ? ମୁଁ ତାଙ୍କ ରାଜନୈତିକସ୍ତର ସହ ସମକକ୍ଷ ନଥିଲେ ମଧ୍ୟ ମୁଁ ବିଜୟୀ ହୋଇଥିଲି ବୋଲି ସମ୍ବିତ କହିଛନ୍ତି। ତେବେ ଏହାକୁ ନେଇ ଦେବାଶିଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.