ଭୁବନେଶ୍ୱର: ଚଳିତ ଥର କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି କାର୍ତ୍ତିକ ବ୍ରତ ସମୟରେ ମହିଳା ଭକ୍ତ ତଥା ହବିଷ୍ୟାଳୀଙ୍କୁ ପୁରୀ ଯିବାକୁ ମନା କରିଛି ଜିଲ୍ଲା ପ୍ରଶାସନ।
ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ବହୁ ସଂଖ୍ୟାରେ ମହିଳା ଓ ଖାସ୍ କରି ବିଧବା ମହିଳା ମାନେ କାର୍ତ୍ତିକ ବ୍ରତ ପାଳନ କରିବା ଲାଗି ପୁରୀରେ ଆସି ପହଞ୍ଚିଥାନ୍ତି । ଏପରିକି ସେମାନେ ବ୍ରତ ପାଳନ କରିବା ସହ ଉପବାସ ମଧ୍ୟ କରିଥାନ୍ତି ।
ପୁରୀ ଜିଲ୍ଲାପାଳ ଭବତରଣ ସାହୁ କହିଛନ୍ତି ଯେ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଥର କାର୍ତ୍ତିକ ବ୍ରତ ଲାଗି ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ପ୍ରକାରର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ ।
ଆହୁରି ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଭକ୍ତ ମାନେ ପୁରୀ ନ ଆସି ଘରେ ରହି କାର୍ତ୍ତିକ ବ୍ରତ ପାଳନ କରିବା ଲାଗି ସେ ଅନୁରୋଧ କରିଛନ୍ତି ।
Comments are closed.