ନୂଆଦିଲ୍ଲୀ: ଶନିବାର ଶାହିନବାଗରୁ ଆଶ୍ୱସ୍ତି ମିଳିବା ପରେ ରବିବାର ଜାଫରାବାଦରେ ଆରମ୍ଭ ହୋଇଛି ଆନ୍ଦୋଳନ । ଏଠାରେ ମହିଳାମାନେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଓ ଏନ୍ଆର୍ସିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସମସ୍ତ ମହିଳା ସଂଗଠନ ଦ୍ୱାରା ଭାରତ ବନ୍ଦ ଆହ୍ୱାନରେ ଧାରଣାରେ ବସିଛନ୍ତି । ଫଳରେ ଜାଫରାବାଦ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବାଟ ବନ୍ଦ କରିଦେଇଛି ଦିଲ୍ଲୀ ମେଟ୍ରୋ । ଲୋକଙ୍କ ଭିଡକୁ ଦେଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସେପଟେ ଏନେଇ ଭୀମ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଟ୍ୱିଟ୍ କରି କହିଛନ୍ତି ଯେ, ଐତିହାସକ ଭାରତ ବନ୍ଦ ଆରମ୍ଭ ହୋଇଯାଇଛି । ସୋସିଆଲ ମିଡିଆରେ ଭୀମ ଆର୍ମି ସହ ଜଡିତ ଲୋକେ ଭାରତ ବନ୍ଦର ଭିଡିଓ ଓ ଫଟୋ ସେୟାର କରୁଛନ୍ତି । ଚନ୍ଦ୍ର ଶେଖରଙ୍କ ଟୁଇଟ ଅନୁସାରେ ଐତିହାସିକ ଭାରତ ବନ୍ଦର ଆରମ୍ଭ ଜାଫରାବାଦ ସଲୀମପୁର ଦିଲ୍ଲୀରୁ ହୋଇଛି ।
ସୂଚନାଯୋଗ୍ୟ ଯେ, ଦୀର୍ଘ ଦୁଇ ମାସରୁ ଅଧିକ ଦିନ ହେବ ଧାରଣାସ୍ଥଳ ପାଲଟିଥିବା ଶାହିନବାଗ ରାସ୍ତା ଶନିବାର ଖୋଲିଛି । ଆନ୍ଦୋଳନକାରୀମାନେ ଶନିବାର ସନ୍ଧ୍ୟାରେ କାଳନ୍ଦିକୁଞ୍ଜ-୯ ନମ୍ବର ରାସ୍ତାରୁ ହଟିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ତି ଟିମ୍ ଆନ୍ଦୋଳନକାରୀଙ୍କୁ ୪ ଦିନ ହେବ ବୁଝାସୁଝା କରିବା ପରେ ସେମାନେ ଗୋଟିଏ ପଟ ରାସ୍ତା ଖୋଲିଛନ୍ତି । ଫଳରେ ବଟଲା ହାଉସ, ଜୈତପୁର, ଜାମିୟା ନଗର ଓ ହୋଲି ଫ୍ୟାମିଲି ହସ୍ପିଟାଲରୁ ଫରିଦାବାଦକୁ ଯାତାୟତ ସହଜ ହୋଇଛି ।
BREAKING NEWS
- ଓଡ଼ିଶାର ନୀଳ ଅର୍ଥନୀତିର ଗତିବିକାଶ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ଉନ୍ମୋଚିତ
- ଏଆଇକୁ ନେଇ ନ୍ୟୁରୋଲିଙ୍କର ଇଂଜିନିୟର ଦେଲେ ଚେତାବନୀ
- ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା
- Maoists surrender: ୧୧ ଜଣ ମାଓବାଦୀଙ୍କ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ
- ଆଇପିଏଲ ପୂର୍ବରୁ ଆରସିବିର ଏହି ବୋଲର ଚୂପଚାପ କଲେ ବିବାହ
- ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକଙ୍କୁ ଟ୍ରାପ୍ ପାଇଁ ୫ କୋଟି ଲେଖାଏଁ ଅଫର, ଓଡ଼ିଶାର ୨ ଅଟକ
- Dosa In Prasad: ଭାରତର ଏହି ମନ୍ଦିରରେ ପ୍ରସାଦରେ ବଣ୍ଟାଯାଏ ଦୋସା; କାରଣ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ!
- Warning Signs of Liver Damage: ଯଦି ଆପଣଙ୍କ ମୁହଁରେ ଦେଖାଯାଏ ଏହି ୫ ସଙ୍କେତ, ବୁଝିଯାଆନ୍ତୁ ବିପଦରେ ଆପଣଙ୍କ ଯକୃତ…
- Indian Pilgrims: ଖାଇକୁ ଖସି ପଡିଲା ଭାରତୀୟଙ୍କୁ ନେଇ ଯାଉଥିବା ବସ୍; ୭ ଜଣଙ୍କର ମୃତ୍ୟୁ, ଅନେକ ଆହତ
- ସାମସନଙ୍କ ବଡ ଖୁଲାସା…… ଅଭିଷେକଙ୍କ ଲୋକପ୍ରିୟତାକୁ କେତେକ ଖେଳାଳି ହଜମ କରିପାରୁ ନ ଥିଲେ
Comments are closed.