ଆମ ଦୁନିଆରେ ଏପରି ଅନେକ ସଂସ୍କୃତି ଆଜି ବି ଶତାବ୍ଦୀ ଧରି ଚାଲିଆସୁଛି। ଦୁନିଆରେ ଏପରି ଅନେକ ସ୍ଥାନ ଅଛି ଯାହା ବିଷୟରେ ଲୋକମାନେ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି। ସେହିପରି ବହୁତ ଆଶ୍ଚର୍ଯ୍ୟଜନକ ଘଟଣା ଅଛି। ଜାଣିଲେ ଲାଗେ ଏମିତି ବି ହୋଇପାରେ। ଆପଣ ଶୁଣିଛନ୍ତି କି ପରୁଷ ନଥାଇ ମହିଳା ଗର୍ଭବତୀ ହେବା କଥା। ହଁ , ଏକଥା ସଂପୂର୍ଣ୍ଣ ସତ।
ଆଫ୍ରିକାର ଏମିତି ଗୋଟିଏ ସ୍ଥାନ ଅଛି ଯେଉଁ ଗାଁରେ ପୁରୁଷ ନଥାଇ ବି ମହିଳା ହୁଅନ୍ତି ଗର୍ଭବତୀ। ଆଫ୍ରିକାର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁରେ ଜଣେ ବି ପୁରୁଷ ନଥାନ୍ତି। କିମ୍ବା ସେହି ଗାଁରେ କୌଣସି ପୁରୁଷକୁ ରହିବାକୁ ଦିଆଯାଏନାହିଁ। ଗୋରା ସୈନିକମାନେ ଏହି ଗାଁରେ ୧୯୯୦ ମସିହାରେ ୧୫ଜଣ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ପୁରୁଷଙ୍କୁ ଏହି ଗାଁ ମନା ହୋଇଛି। ସେହିଦିନଠାରୁ ଏହି ଗାଁରେ ରହୁଥିବା ୨୫୦ମହିଳା ନିଜ ପିଲାଙ୍କ ସହ ରହୁଛନ୍ତି। ସେମାନେ ନିଜର ପିଲାଛୁଆ ଜନ୍ମ କରିବା ପାଇଁ ପୁରୁଷମାନଙ୍କ ଉପରେ ନିର୍ଭରଶୀଳ ନୁହଁନ୍ତି।
ଏହି ଗାଁରେ ଥିବା ନିୟମ ଅନୁସାରେ କୋଣସି ପୁରୁଷଙ୍କୁ ରହିବାକୁ ଅନୁମତି ଦିଆଯାଇନଥାଏ। ତଥାପି ମହିଳାମାନେ ଗର୍ଭବତୀ ହୁଅନ୍ତି। ସେମାନେ ଗର୍ଭବତୀ ହେବା ପଛରେ ସବୁଠୁ ବଡ଼ କାରଣ ହେଲା, ରାତିରେ ସେମାନଙ୍କୁ ଯିବାକୁ ହୁଏ ଗାଁ ବାହାରକୁ। ସେଠାରେ ସେମାନେ ନିଜର ମନପସନ୍ଦର ପୁରୁଷଙ୍କ ସହ ମିଶି ରଖିଥାନ୍ତି ଶାରୀରିକ ସଂପର୍କ। ତାହା ପୁଣି ସମସ୍ତଙ୍କ ଅଗୋଚରରେ ରଖିଥାନ୍ତି ଏପରି ସଂପର୍କ। କେହିଜଣେ ଏହି ଗାଁ ବାବଦରେ ଟ୍ଵିଟର ସାଇଟ୍ରେ ଜଣାଇବାପରେ ସାରା ଦୁନିଆରେ ଚର୍ଚ୍ଚା ପାଲଟିଯାଇଥିଲା।